Chandra Ketu Yuti 2025: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏ-ହି କ୍ରମରେ ଆସନ୍ତା ମେ ୧୮ ତାରିଖ ସଂନ୍ଧ୍ୟା ୪ ଟା ୩୦ ମିନିଟ୍ ସମୟରେ କେତୁ ସିଂହ ରାଶିକୁ ଚଳନ କରିବାକୁ ଥିବା ବେଳେ ଚନ୍ଦ୍ର ସେହି ରାଶିକୁ ୧ ଜୁନ୍ ରାତି ୯ଟା ୩୬ ମିନିଟ୍ ସମୟରେ ଗୋଚର କରିବେ। ଗୋଟିଏ ରାଶିରେ ୨ ଗ୍ରହଙ୍କ ଶୁଭ ମିଳନ ଚନ୍ଦ୍ର କେତୁ ୟୁତି ବା ଦୁର୍ଲଭ ଯୋଗ ସୃଷ୍ଟି କରୁଛି। ଏହି ଦୁର୍ଲଭ ଯୋଗ କିଛି ରାଶି ପାଇଁ ବରଦାନ ପାଲଟିବ। ଯଦି ଜାତକରେ ଚନ୍ଦ୍ର ଓ କେତୁଙ୍କ ସ୍ଥିତି ମଜବୁତ୍ ରୁହେ, ତେବେ ବ୍ୟକ୍ତି ଜୀବନରେ ଲାଗି ରହିଥିବା ସମସ୍ୟାର ଅନ୍ତ ଘଟିବା ସହିତ ସୁଖ-ସମୃଦ୍ଧି ପ୍ରାପ୍ତ ହୋଇଥାଏ। ତେବେ, ଆସନ୍ତୁ ଜାଣିବା ଚନ୍ଦ୍ର ଓ କେତୁ କେଉଁ ସବୁ ରାଶିଙ୍କୁ ମାଲାମାଲ୍ କରିବାକୁ ଯାଉଛନ୍ତି।...
ମିଥୁନ : ଚନ୍ଦ୍ର ଓ କେତୁଙ୍କ କୃପାରୁ ଏହି ରାଶିର ଲୋକଙ୍କ ଭାଗ୍ୟ ଚମକିବାକୁ ଯାଉଛି। ଦିର୍ଘ ଦିନ ଧରି ଲାଗି ରହିଥିବା ଆର୍ଥିକ ସଙ୍କଟ ଦୂର ହେବ। କ୍ୟାରିୟରକୁ ନେଇ ଲାଗି ରହିଥିବା ସମସ୍ୟା ଦୂର ହେବ। ଯେଉଁମାନେ ଦିର୍ଘ ଦିନ ଧରି, ଚାକିରି ଖୋଜୁଛନ୍ତି, ସେମାନଙ୍କୁ କୌଣସି ଏକ ସଂସ୍ଥାରୁ ଭଲ ଚାକିରି ଅଫର ମିଳିବ। ପ୍ରେମ ବ୍ୟାପର ଛଡା ଅନ୍ୟ ସମସ୍ତ କ୍ଷେତ୍ରରେ ସଫଳତା ପ୍ରାପ୍ତ ହେବ। ବ୍ୟବସାୟୀ ମାନେ ବାଣିଜ୍ୟ-ବ୍ୟବସାୟରେ ଅଗ୍ରଗତି କରିବେ। ବ୍ୟବସାୟୀମାନେ ବିଦେଶ ଯାତ୍ରା କରିବା ସହିତ ପିତମାତାଙ୍କ ସହ ଭଲ ସମୟ ଅତିବାହିତ କରିବେ। ପରିବାର ସହଭଲ ସମୟ ଅତିବାହିତ କରିବେ। ପୌତୃକ ସମ୍ପତ୍ତିରୁ ଲାଭ ପାଇବେ। ବିଦେଶରେ ଉଚ୍ଚଶିକ୍ଷା ପାଇଁ ସ୍ବପ୍ନ ଦେଖୁଥିବା ଛାତ୍ରଛାତ୍ରୀମାନଙ୍କ ଆଶା ପୂରା ହେବ।
ALSO READ: Gold Rate Today: ସୁନାପ୍ରେମୀଙ୍କ ପାଇଁ ବଡ଼ ଖବର, ୬୭ ହଜାର ତଳେ ଭରି ପିଛା ମୂଲ୍ୟ
କର୍କଟ : ଏହି ଦୁର୍ଲଭ ଯୋଗ ଏହି ରାଶିର ଭାଗ୍ୟ ଚମକାଇବ। ଆର୍ଥିକ ସ୍ଥିତି ମଜବୁତ୍ ହେବ। ବ୍ୟବସାୟରେ ଲାଗି ରହିଥିବା ମାନ୍ଦାବସ୍ଥା ଦୂର ହେବ। କର୍ମକ୍ଷେତ୍ରରୁ ବଡ଼ ଦାୟିତ୍ବ ମିଳିବ। ଯେଉଁମାନେ ଦିର୍ଘ ଦିନ ହେବ ଚାକିରି ବଦଳାଇବାକୁ ଚେଷ୍ଟା କରୁଛନ୍ତି। ସେମାନଙ୍କ ପାଇଁ ସମୟ ଭଲ ରହିଛି। ଚେଷ୍ଟା ଜାରି ରଖନ୍ତୁ, ସଫଳତା ନିଶ୍ଚୟ ପାଇବେ। ସେୟାର ମାର୍କେଟ କିମ୍ବା କୌଣସି ସଂସ୍ଥାରେ ଟଙ୍କା ବିନିଯୋଗ କରିବାକୁ ଯୋଜନା କରୁଥିବା ଲୋକେ ଏହି ସମୟରେ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ନେଇ ବିନିଯୋଗ କଲେ ଭଲ ରିଟର୍ଣ୍ଣ ପାଇବେ। ଅବିବାହିତଙ୍କ ପାଇଁ ବିବାହର ଯୋଗ ଫିଟିବ। କିଛି ମାଙ୍ଗଳିକ କାର୍ଯ୍ୟ ଘର ହେବ। ପିତାମାତାଙ୍କ ସ୍ବାସ୍ଥ୍ୟରେ ସୁଧାର ଆସିବ। ପ୍ରେମୀମାନଙ୍କ ପାଇଁ ସମୟ ଖାସ୍ ରହିଛି।
ଧନୁ: ଚନ୍ଦ୍ର ଓ କେତୁଙ୍କ ଶୁଭଦୃଷ୍ଟି ଏହି ରାଶି ଉପରେ ରହିବ। ବିଶେଷକରି, ଏହି ସମୟ ମଧ୍ୟରେ କର୍ମକ୍ଷେତ୍ରରେ ଲାଗି ରହିଥିବା ସମସ୍ୟା ଦୂର ହେବ। ସହକର୍ମୀମାନେ ଆପଣଙ୍କୁ ପ୍ରତ୍ୟକ କାର୍ଯ୍ୟରେ ସଫଳତା ପାଇବେ। ବରିଷ୍ଠ ଅଧିକାରୀଙ୍କ ପ୍ରିୟପାତ୍ର ହେବେ। ବ୍ୟବସାୟୀମାନେ ବଡ଼ ଡିଲ୍ ବ୍ୟବସାୟରେ ଫାଇନାଲ୍ କରିବାରେ ସଫଳ ହେବେ। ଯେଉଁଥିରୁ ଅଧିକ ଲାଭ ପାଇବେ। ରିୟଲି-ଇ-ଷ୍ଟେଟ୍ କ୍ଷେତ୍ରରେ କାର୍ଯ୍ୟରତ ଲୋକେ ନୂଆ ପ୍ରୋଜେକ୍ଟ ପାଇବେ। ଯେଉଁଥିରୁ ଅଧିକ ଦ୍ବି-ପଇସା ଲାଭ ପାଇବେ। ଗାଡି ଓ ନୂଆ ଘର କିଣିବାର ସ୍ବପ୍ନ ସାକାର ହେବ। ଘରେ ଲାଗି ରହିଥିବା ଅଶାନ୍ତି ଦୂର ହେବ।
(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)
ट्रेन्डिंग फोटोज़