Gold Rate Today: ସୁନାପ୍ରେମୀଙ୍କ ପାଇଁ ବଡ ଖବର। ସପ୍ତାହ ଶେଷରେ ପୁଣି ବଢିଲା ସୁନା ରେଟ୍। ଗତକାଲି ସୁନା ଦର ବୃଦ୍ଧି ହୋଇଥିବା ବେଳେ ଆଜି ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ଯଦି ଆପଣ ଆଜି ସୁନା-ଅଳଙ୍କାର କିଣିବା ପାଇଁ ଯୋଜନା କରିଛନ୍ତି। ତେବେ, ଏହି ଖବରଟା ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ,ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନା ରେଟ୍।...
ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ରେଟ୍ ୮୦,୪୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୮୭,୭୭୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ୨୦୦ ଓ ୨୦ ଟଙ୍କା ବୃଦ୍ଧି ହୋଇଛି।
ALSO READ: Prakruti Mishra Video: ପୁଣି ଥରେ ଅଭିନେତା ବାବୁଶାନଙ୍କ ପ୍ରେମରେ ପଡିଲେ କି ପ୍ରକୃତି? ଭାଇରାଲ୍ ହେଲା ଏହି ଭିଡିଓ
ସେହିପରି ଦେଶର ରାଜଧାନୀ ଦିଲ୍ଲୀରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ରେଟ୍ ୮୦,୬୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୮୭,୯୨୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ୩୦୦ ଓ ୩୭୦ ଟଙ୍କା ବୃଦ୍ଧି ପାଇଛି।
ମାୟାନଗରୀ ମୁମ୍ବାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୮୦,୪୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୮୭,୭୭୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ୨୦୦ ଓ ୨୦ ଟଙ୍କା ବଢିଛି।
ସେହିପରି ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୮୦,୪୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୮୭,୭୭୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ୨୦୦ ଓ ୨୨୦ ଟଙ୍କା ବଢିଛି।
ଅନ୍ୟପଟେ, ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ରେଟ୍ ୮୦,୪୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନାର ଦାମ୍ ୮୭,୭୭୦ ଟଙ୍କା ରହିଛି। ଏବଂ ୧୮ କ୍ୟାରେଟ୍ ର ରେଟ୍ ୬୫,୮୨୦ ଟଙ୍କା ରହିଛି । ୨୨ ଓ ୨୪ କ୍ୟାରେଟ୍ ରେ ୨୦୦ ଓ ୨୨୦ ଟଙ୍କା ବୃଦ୍ଧି ହୋଇଥିବା ବେଳେ ୧୮ କ୍ୟାରେଟ୍ ରେ ୧୬୦ ଟଙ୍କା ବଢିଛି।
ट्रेन्डिंग फोटोज़