Grah Gochar 2025: ଚନ୍ଦ୍ର କୁମ୍ଭ ରାଶିରେ ଚଳନ କରିବା ମାତ୍ରେ ଅଢ଼େଇ ଦିନ ପାଇଁ ସୂର୍ଯ୍ୟ-ଶନିଙ୍କ ସହିତ ସଂଯୋଗ ହେବ । ଯାହା ୩ଟି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଲାଭଦାୟକ । ଆସନ୍ତୁ ଜାଣିବା ସେହି ୩ଟି ରାଶିର ବ୍ୟକ୍ତି କିଏ ...
ଜୋତିଷ ଶାସ୍ତ୍ର ଅନୁସାରେ, ଚନ୍ଦ୍ର ୨୭ ଫେବୃଆରୀ ଗୁରୁବାର ଦିନ ଅପରାହ୍ନ ୦୪:୩୬ ସମୟରେ କୁମ୍ଭ ରାଶିରେ ଚଳନ କରିବେ। ସୂର୍ଯ୍ୟ ଏବଂ ଶନି ପୂର୍ବରୁ ସମାନ ରାଶିରେ ଉପସ୍ଥିତ ଅଛନ୍ତି। ଏପରି ପରିସ୍ଥିତିରେ, ତିନୋଟି ଗ୍ରହର ଏକ ସ୍ୱତନ୍ତ୍ର ସଂଯୋଗ ଗଠନ ହେବ।
ମିଥୁନ ରାଶି
ଆପଣଙ୍କ ପାଇଁ ସମୟ ଲାଭଦାୟକ ସାବ୍ୟସ୍ତ ହେବ। ଧାର୍ମିକ କାର୍ଯ୍ୟରେ ଆପଣଙ୍କ ଆଗ୍ରହ ବଢିବ । ସମ୍ପର୍କ ପୂର୍ବ ଅପେକ୍ଷା ଭଲ ହୋଇଯିବ। ଚନ୍ଦ୍ର, ସୂର୍ଯ୍ୟ ଏବଂ ଶନିଙ୍କ ସଂଯୋଗ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିପାରେ । ଧନ ବଢିବାର ସମ୍ଭାବନା ରହିଛି । ଆର୍ଥିକ ସ୍ଥିତିରେ ଯଥେଷ୍ଟ ଉନ୍ନତି ହେବ । ବ୍ୟବସାୟରେ ପ୍ରଗତି ହାସଲ କରିବେ । ଚାକିରି କ୍ଷେତ୍ରରେ ସମୟ ଭଲ ହେବ।
କନ୍ୟା ରାଶି
ଆପଣଙ୍କ ପାଇଁ ସମୟ ଭଲ ରହିବ। ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବ। ବ୍ୟବସାୟରେ ଆପଣ ଲାଭ ପାଇବେ । ଚାକିରି କ୍ଷେତ୍ରରେ ପଦୋନ୍ନତିର ସମ୍ଭାବନା ରହିଛି। ଦରମା ବୃଦ୍ଧି ହେବାର ଯଥେଷ୍ଟ ସମ୍ଭାବନା ରହିଛି । କଠିନ ପରିଶ୍ରମର ଭଲ ଫଳ ମିଳିବ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ଠାରୁ ସମର୍ଥନ ପାଇବେ। ଜୀବନସାଥୀଙ୍କ ସହ ସମ୍ପର୍କ ଆହୁରି ସୁଦୃଢ ହେବ।
କୁମ୍ଭ ରାଶି
ଆପଣଙ୍କ ପାଇଁ ଚନ୍ଦ୍ରଙ୍କ ଚଳନ ଫଳପ୍ରଦ ହେବ। ସୂର୍ଯ୍ୟ ଏବଂ ଶନିଙ୍କ ସଂଯୋଗରୁ ଆପଣ ଲାଭ ପାଇବେ । ଜୀବନସାଥୀଙ୍କ ଠାରୁ ସମର୍ଥନ ପାଇବେ । ଚାକିରି କ୍ଷେତ୍ରରେ ପ୍ରଶଂସା ମିଳିବ । ବ୍ୟବସାୟରେ କଠିନ ପରିଶ୍ରମର ଶୁଭଫଳ ମିଳିବ। ସମାଜରେ ମାନ ସମ୍ମାନ ବଢିବ । ଆର୍ଥିକ ସ୍ଥିତି ଧିରେ ଧିରେ ସୁଦୃଢ ହେବାକୁ ଲାଗିବ ।
Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।
ट्रेन्डिंग फोटोज़