Advertisement
Photo Details/zeeodisha/odisha2653215
photoDetails0hindi

Weather Update: ୩ ଦିନ ଯାଏଁ ଛେଚିବ, ଆଜି ଏହିସବୁ ଜିଲ୍ଲାରେ କୁଆପଥର ବର୍ଷା ସହ ବହିବ ୪୦-୫୦ କିମି ପବନ !

Weather Update: ରାଜ୍ୟରେ ବଦଳିବ ପାଣିପାଗର ମିଜାଜ୍ । ଆସନ୍ତା ୨୪ ଘଣ୍ଟା ରାଜ୍ୟରେ ବର୍ଷା ସମ୍ଭାବନା ରହିଛି । ବିଶେଷକରି, ଉତ୍ତର ଓଡିଶା ଓ ଏହାର ପାଶ୍ବବର୍ତ୍ତୀ ଜିଲ୍ଲାରେ ବର୍ଷା ସମ୍ଭାବନା ଅଧିକ ଅଛି।  ଆଜି ରାଜ୍ୟର ୨୨ଟି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। 

1/6
  ଏହାସହ ୧୫ ଜିଲ୍ଲାରେ ଅଳ୍ପ କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ୭ଟି ଜିଲ୍ଲାର ସ୍ଥାନେ ସ୍ଥାନେ ବର୍ଷା ହେବ। ପାଣିପାଗ ବିଭାଗ ସତର୍କ କରାଇଛି ଯେ, ଆଜି ମୟୂରଭଂଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, ସୁନ୍ଦରଗଡ , ଯାଜପୁର ,ଢେଙ୍କାନାଳରେ ଘଡଘଡି ସହ କୁଆପଥର ମାଡ ଏବଂ ପବନ ଆଶଙ୍କା ରହିଛି। ପବନର ବେଗ ୪୦ ରୁ ୫୦ କିଲୋମିଟର ରହିପାରେ। ଏନେଇ ଅଂରଜେ ଆଲର୍ଟ ଜାରି ହୋଇଛି।

ALSO READ: Today Horoscope: ଆଜି ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଗୁରୁବାର?

ALSO READ:  Chandra Gochar 2025: ଏହିସବୁ ରାଶିଙ୍କ ଭାଗ୍ୟ ଉଦୟ କରିବ ଚନ୍ଦ୍ରଙ୍କ ନକ୍ଷତ୍ର ପରିବର୍ତ୍ତନ, ପୁରୁଣା ବିନିଯୋଗରୁ ମିଳିବ ଲାଭ ସହ...

2/6
 ଏହା ଛଡା, କେନ୍ଦ୍ରାପଡା, ଜଗତସିଂହପୁର,କଟକ, ଅନୁଗୁଳ, ଦେବଗଡ, ସମ୍ବଲପୁର, ଝାରସୁଗୁଡା, ନୟାଗଡ, ଖୋର୍ଦ୍ଧା, ପୁରୀ, ଗଂଜାମ ଓ ଗଜପତିର ସ୍ଥାନେ ସ୍ଥାନେ ବର୍ଷା ସହ ଘଡଘଡି ଆଶଙ୍କା ରହିଛି।

3/6
 ୨୧ ଓ ୨୨ ତାରିଖରେ ମଧ୍ୟ କେତେକ ଜିଲ୍ଲାରେ ବର୍ଷା ସହ ଘଡଘଡି ଏବଂ ପବନ ହୋଇପାରେ।

4/6
ବୁଧବାର ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା ଓ କଟକରେ ଘଡଘଡି ସହ ପ୍ରବଳ ବର୍ଷା ହୋଇଛି।  

5/6
  ଆଜି ବିଶେଷକରି, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର,ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର,ଦେବଗଡ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଂଜ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ଆଶାଙ୍କା ରହିଥିବା ବେଳେ ରାୟଗଡା, କୋରାପୁଟ୍, ମାଲକାନଗିରି, ପୁରୀ, ଖୋର୍ଦ୍ଧା, ନୟାଗଡ,ଗଂଜାମ ଓ ଗଜପତିରେ ଗୋଟିଏ ଦୁଇଟି ସ୍ଥାନରେ ବର୍ଷା  ହୋଇପାରେ। 

6/6
  ୨୧,୧୧ ଓ ୨୩ ତାରିଖ ପର୍ଯ୍ୟନ୍ତ ଏଭଳି ବର୍ଷା ରାଜ୍ୟର ଉତ୍ତର ଓଡି଼ଶା ଓ ସଂଲଗ୍ନ ଜିଲ୍ଲା ମାନଙ୍କରେ ହେବା ସମ୍ଭାବନା ଅଛି। ୨୪ ତାରିଖରେ କାଁ ଭାଁ ବର୍ଷା ହୋଇପାରେ। ୨୫ ରୁ ପାଗ ଶୁଖିଲା ରହିବ।