Advertisement
Photo Details/zeeodisha/odisha2655907
photoDetails0hindi

Lucky Zodiac Sign: ୨୨ ଫେବୃଆରୀରେ ଲକ୍ଷ୍ମୀ ଯୋଗ, ୫ଟି ରାଶିର ଭାଗ୍ୟ ଉଜ୍ୱଳ

Top 5 Lucky Zodiac Sign, 22 February 2025: ୨୨ ଫେବୃଆରୀ ଶନିବାର ଦିନ ନବମୀ ତିଥିର ଶୁଭ ସଂଯୋଗ ରହିଛି।

1/6

ମିଥୁନ ରାଶି

ଆପଣଙ୍କ ପାଇଁ ଦିନଟି ଉପଭୋଗ୍ୟ ହେବ। ବ୍ୟବସାୟରେ ଆଶାଠାରୁ ଅଧିକ ଲାଭ ମିଳିବ । ଆୟ ଆଶାତୀତ ଭାବରେ ବଢିବାକୁ ଲାଗିବ । କୌଣସି ଅଜଣା ବ୍ୟକ୍ତିଙ୍କଠାରୁ ସାହାଯ୍ୟ ମିଳିପାରେ । ପାରିବାରିକ ଜୀବନରେ ଖୁସି ପାଇବେ । ସାମାଜିକ କାର୍ଯ୍ୟରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିବ । ପ୍ରେମ ଜୀବନରେ ପ୍ରେମିକାଙ୍କ ସହିତ ସମୟ ଅତିବାହିତ କରିବାର ସୁଯୋଗ ପାଇବେ । କୌଣସି ସୁତ୍ରରୁ ଉପହାର ମିଳିପାରେ ।

2/6

ସିଂହ ରାଶି

ବିଶେଷ କରି ପ୍ରତିଯୋଗିତା ଏବଂ ଶିକ୍ଷା କ୍ଷେତ୍ରରେ ଭାଗ୍ୟ ଆପଣଙ୍କ ସାଥ ଦେବ । କର୍ମକ୍ଷେତ୍ରରେ ବରିଷ୍ଠଙ୍କ ନିକଟରୁ ସମର୍ଥନ ପାଇବେ । ବ୍ୟବସାୟକୁ ବଢାଇବାରେ ସଫଳ ହେବେ। ଟୁର୍ ଟ୍ରାଭେଲ୍ସ, ରାଜନୈତିକ ଏବଂ ସାମାଜିକ କ୍ଷେତ୍ରରୁ ଅଧିକ ଲାଭ ମିଳିବ । ଆପଣଙ୍କ ପାଇଁ ଲାଭ ଏବଂ ପ୍ରତିଷ୍ଠା ବୃଦ୍ଧିର ଦିନ । ଚାକିରି କ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କଠାରୁ ସମର୍ଥନ ମିଳିବ। ଆମଦାନୀ-ରପ୍ତାନି କ୍ଷେତ୍ରରେ କାର୍ଯ୍ୟ କରୁଥିଲେ ବିଶେଷ ଲାଭ ମିଳିପାରେ । ପାରିବାରିକ ଜୀବନରେ ଖୁସିରେ ସମୟ ବିତାଇବେ ।

3/6

ତୁଳା ରାଶି

ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ଆପଣଙ୍କୁ ମିଳିବ । ଯେଉଁ କ୍ଷେତ୍ରରେ ବି କାମ କରନ୍ତୁ ନା କାହିଁକି ପ୍ରଗତି କରିବାର ସୁଯୋଗ ପାଇବେ। କର୍ମକ୍ଷେତ୍ରରେ ସକାରାତ୍ମକ ପରିବର୍ତ୍ତନ ହୋଇପାରେ । କାହାକୁ ଟଙ୍କା ଧାର ଦେଇଥିଲେ କିମ୍ୱା କେଉଁଠି ଅଟକି ରହିଥିଲେ ଟଙ୍କା ଫେରିପାଇବେ । ଶିକ୍ଷା କାର୍ଯ୍ୟ ସହିତ ଜଡିତ ଥିଲେ ବିଶେଷ ଶୁଭଫଳ ମିଳିବ । ବରିଷ୍ଠ ଲୋକଙ୍କ ମାର୍ଗଦର୍ଶନ ଆପଣଙ୍କୁ ମିଳିବ । ପାରିବାରିକ ସମସ୍ୟା ଥିଲେ ସମାଧାନ ହୋଇଯିବ। ପ୍ରେମ ଜୀବନରେ ସମୟ ଭଲ । ବନ୍ଧୁମାନଙ୍କଠାରୁ ସମର୍ଥନ ଆପଣଙ୍କ ପ୍ରତି ରହିବ ।

4/6

ବିଛା ରାଶି

କର୍ମକ୍ଷେତ୍ରରେ ସଫଳତା ହାସଲ କରିପାରନ୍ତି । ଚତୁରତାର ସହ କାର୍ଯ୍ୟ କରି ସଫଳ ହେବେ। ଆକାଉଣ୍ଟସ୍ ଏବଂ ବୈଷୟିକ କ୍ଷେତ୍ର ସହ ଜଡିତ ଥିଲେ ବିଶେଷ ଫଳ ମିଳିବ। ବିଦେଶୀ କ୍ଷେତ୍ରରୁ ଲାଭ ପାଇବାର ସମ୍ଭାବନା ରହିଛି । ଯାନବାହାନ କିଣିବାକୁ ଚାହୁଁଥିଲେ ସଫଳତା ମିଳିବ। ଅସୁସ୍ଥ ଥିଲେ ସ୍ୱାସ୍ଥ୍ୟରେ ଉନ୍ନତି ହେବ। ପରିବାର ଲୋକଙ୍କ ସମର୍ଥନ ଆପଣଙ୍କ ପ୍ରତି ରହିବ । ମନୋରଞ୍ଜନକାରୀ କାର୍ଯ୍ୟକ୍ରମ ଉପଭୋଗ କରିବେ।

5/6

ମକର ରାଶି

ସାମାଜିକ ଏବଂ ରାଜନୈତିକ କ୍ଷେତ୍ରରେ ବିଶେଷ ଲାଭ ମିଳିପାରେ । ପାରିବାରିକ ଜୀବନରେ ଆପଣଙ୍କର ପ୍ରଭାବ ରହିବ । ବହୁତ ଦିନରୁ ଅଟକି ରହିଥିବା କାମ ସମାପ୍ତ ହୋଇପାରେ। କୌଣସି ପ୍ରତିଯୋଗିତା କିମ୍ବା ପରୀକ୍ଷାରେ ଅଂଶଗ୍ରହଣ କରୁଥିଲେ ସଫଳତା ମିଳିବାର ସମ୍ଭାବନା ଅଧିକ । ଘରେ କିଛି ଶୁଭ କାମ ଅନୁଷ୍ଠିତ ହୋଇପାରେ । ବିବାହ ସମ୍ବନ୍ଧୀୟ କିଛି ଶୁଭ ଖବର ମିଳିପାରେ। ପ୍ରେମ ଜୀବନରେ ସାଥୀଙ୍କୁ ସମୟ ଦେବାରେ ସକ୍ଷମ ହେବେ । ପରିବାର ଲୋକଙ୍କୁ ନିଜ ପ୍ରେମ ବିଷୟରେ ଅବଗତ କରିନଥିଲେ ସମୟ ଅନୁକୁଳ । ଆର୍ଥିକ ସ୍ଥିତି ସୁଦୃଢ ହେବ ।

6/6

Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।