Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2653355

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢନ୍ତୁ ସକାଳର ପ୍ରମୁଖ ଖବର...

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

1-ଆଜିଠୁ ଦିଲ୍ଲୀରେ ଚାଲିବ ରେଖା ସରକାର। ୪ର୍ଥ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ରେଖା ଗୁପ୍ତା। ଦିଲ୍ଲୀ ରାମଲୀଲା ମୈଦାନରେ ହେବ ଶପଥ ଗ୍ରହଣ ଉତ୍ସବ। ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ। 

2-ଦିଲ୍ଲୀ ସରକାର ଗଠନରେ ଓଡ଼ିଶା ଥିଓରୀକୁ ଦିଲ୍ଲୀରେ ପୁନଃସ୍ଥାପନ କରାଯାଇଛି। ଏହିକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପମୁଖ୍ୟମନ୍ତ୍ରୀ ବି ଶପଥ ଗ୍ରହଣ କରିବେ। ସେମାନଙ୍କ ସହ ୬ କ୍ୟାବିନେଟ୍‍ ମନ୍ତ୍ରୀ ଶପଥ ଗ୍ରହଣ କରିପାରନ୍ତି। 

3-ଶପଥ ଗ୍ରହଣ ପୂର୍ବରୁ ପ୍ରତିକ୍ରିୟା ରଖିଲେ ନୂଆ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା। ଦିଲ୍ଲୀର ଦାୟିତ୍ୱ ଦେଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ। ଏଥିସହ ସବୁ ପ୍ରତିଶ୍ରୁତି ପୂରା କରିବେ ବୋଲି କହିଲେ।

4-ଭୁବନେଶ୍ବରରେ ପହଞ୍ଚିଲେ ଓଡ଼ିଶା କଂଗ୍ରେସ ପ୍ରଭାରୀ।  କଂଗ୍ରେସ ପଦଯାତ୍ରାରେ ସାମିଲ ହେବେ ଅଜୟ କୁମାର ଲଲୁ ।ଦାୟିତ୍ବ ଗ୍ରହଣ ପରେ ଅଜୟ ଲଲୁଙ୍କ ପ୍ରଥମ ଓଡ଼ିଶା ଗସ୍ତ। 

5-ରାଜ୍ୟରେ ବଦଳିବ ପାଣିପାଗର ମିଜାଜ୍ । ଆସନ୍ତା ୨୪ ଘଣ୍ଟା ରାଜ୍ୟରେ ବର୍ଷା ସମ୍ଭାବନା ରହିଛି । ବିଶେଷକରି, ଉତ୍ତର ଓଡିଶା ଓ ଏହାର ପାଶ୍ବବର୍ତ୍ତୀ ଜିଲ୍ଲାରେ ବର୍ଷା ସମ୍ଭାବନା ଅଧିକ ଅଛି।  ଆଜି ରାଜ୍ୟର ୨୨ଟି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। 

6-ଋଷ ଯୁଦ୍ଧ କେବେ ଜିତା ଯାଇପାରିବ ନାହିଁ। ୟୁକ୍ରେନର ଏକଛତ୍ରବାଦୀ ରାଷ୍ଟ୍ରପତି ଭୋଲ୍ଡିମିର ଜେଲେନ୍‍ସ୍କିଙ୍କ ଯୋଗୁ ଏ ଯୁଦ୍ଧ ଚାଲିଛି। ତାଙ୍କରି ଇଙ୍ଗିତରେ ଆମେରିକା ପ୍ରଶାସନ ୩୫୦ ବିଲିୟନ ଡଲାର ଅର୍ଥାତ୍‍ ପ୍ରାୟ ୩୫ ହଜାର କୋଟି ଡଲାର ଖର୍ଚ୍ଚ କରିଛି। ଜେଲେନ୍‍ସ୍କିଙ୍କ ଏହି ଅହଙ୍କାର ଯୋଗୁ ଦେଶ ଛାରଖାର ହୋଇଛି ଲକ୍ଷଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଛି ବୋଲି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି। 

7-ୟୁକ୍ରେନ- ଋଷ ଯୁଦ୍ଧ କେବେ ଜିତା ଯାଇପାରିବ ନାହିଁ। ୟୁକ୍ରେନର ଏକଛତ୍ରବାଦୀ ରାଷ୍ଟ୍ରପତି ଭୋଲ୍ଡିମିର ଜେଲେନ୍‍ସ୍କିଙ୍କ ଯୋଗୁ ଏ ଯୁଦ୍ଧ ଚାଲିଛି। ତାଙ୍କରି ଇଙ୍ଗିତରେ ଆମେରିକା ପ୍ରଶାସନ ୩୫୦ ବିଲିୟନ ଡଲାର ଅର୍ଥାତ୍‍ ପ୍ରାୟ ୩୫ ହଜାର କୋଟି ଡଲାର ଖର୍ଚ୍ଚ କରିଛି। ଜେଲେନ୍‍ସ୍କିଙ୍କ ଏହି ଅହଙ୍କାର ଏବଂ  ପୂର୍ବତନ ଆମେରିକୀୟ ରାଷ୍ଟ୍ରପତି ଜୋ’ ବାଇଡେନଙ୍କ ନିଦ୍ରା  ଯୋଗୁ ୟୁକ୍ରେନ ଭଳି ଦେଶ ଛାରଖାର ହୋଇଛି ବୋଲି କହିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି। 

8-ସମ୍ବଲପୁର ବୁର୍ଲାରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ବିଶ୍ବବିଦ୍ୟାଳୟ ଛାତ୍ରୀ ଉଦ୍ଧାର। ମେଟାକାନି ଅଞ୍ଚଳରୁ ଉଦ୍ଧାର କଲା ପୋଲିସ ୧୦ରୁ ୧୨ ଜଣ ଦୁର୍ବୃତ୍ତ ସଂଘବଦ୍ଧ ଆକ୍ରମଣ କରିଥିବା ଅଭିଯୋଗ।

9-ଉତ୍ତର ପ୍ରଦେଶର ଜୌନପୁରୀରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଘଟଣା ସ୍ଥଳରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ ଜଣ ଆହତ ହୋଇଛନ୍ତି।  ପ୍ରୟାଗରାଜ ମହାକୁମ୍ଭ ଯାଉଥିବା ଏକ ଡବଲ୍ ଡେକର ବସ୍ ଦୁର୍ଘଟଣାର ଶିକାର ହୋଇଥିଲା । ଆଜି ଭୋର ପ୍ରାୟ ୫ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଗୋଟିଏ ତୀର୍ଥଯାତ୍ରୀ ବସ୍ ଚାଉଳ ବୋଝେଇ ଟ୍ରକ୍ ପଛପଟେ ଧକ୍କା ଦେଇଥିଲା। 

10-ଚାମ୍ପିଅନ ଟ୍ରଫିରେ ଆଜିଠାରୁ ଭାରତର ଅଭିଯାନ ଆରମ୍ଭ । ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ବାଂଲାଦେଶକୁ ଭେଟିବ ଟିମ ଇଣ୍ଡିଆ। ଅପରାହ୍ନ ଦୁଇଟା ୩୦ରୁ ଆରମ୍ଭ ହେବ ମ୍ୟାଚ ।