Road Accident: ଟ୍ରକକୁ ପଛପଟୁ ପିଟିଲା ବସ୍,ଘଟଣାସ୍ଥଳରେ ୮ ମୃତ, ଏକାଧିକ ଆହତ
Advertisement
Article Detail0/zeeodisha/odisha2653556

Road Accident: ଟ୍ରକକୁ ପଛପଟୁ ପିଟିଲା ବସ୍,ଘଟଣାସ୍ଥଳରେ ୮ ମୃତ, ଏକାଧିକ ଆହତ

 

Road Accident: ଏମିତିବି ଆସେ ମୃତ୍ୟୁ। କେହି କିଛି ଭାବିବା ପୂର୍ବରୁ ଓଲଟ ପାଲଟ ହୋଇଗଲା ସବୁ କିଛି। କ୍ଷଣିକ ମଧ୍ୟରେ ଚୁନା ହୋଇଗଲା ସବୁ ସ୍ବପ୍ନ। ଭୟଙ୍କର ସଡ଼କ ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। କୁମ୍ଭ ଯାଉଥିବା ବେଳେ ଟ୍ରକକୁ ପଛପଟୁ ଧକ୍କାଦେଲା ବସ୍‌। 

Road Accident: ଟ୍ରକକୁ ପଛପଟୁ ପିଟିଲା ବସ୍,ଘଟଣାସ୍ଥଳରେ ୮ ମୃତ, ଏକାଧିକ ଆହତ
Road Accident: ଏମିତିବି ଆସେ ମୃତ୍ୟୁ। କେହି କିଛି ଭାବିବା ପୂର୍ବରୁ ଓଲଟ ପାଲଟ ହୋଇଗଲା ସବୁ କିଛି। କ୍ଷଣିକ ମଧ୍ୟରେ ଚୁନା ହୋଇଗଲା ସବୁ ସ୍ବପ୍ନ। ଭୟଙ୍କର ସଡ଼କ ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। କୁମ୍ଭ ଯାଉଥିବା ବେଳେ ଟ୍ରକକୁ ପଛପଟୁ ଧକ୍କାଦେଲା ବସ୍‌। ଉତ୍ତର ପ୍ରଦେଶର ଜଉନପୁର ବଦଲାପୁରରେ ଘଟିଛି ଏହି ଛାତିଥରା ଦୁର୍ଘଟଣା। 
 
 
ସୂଚନାନୁଯାୟୀ,  ଆଜି ଭୋର ସମୟରେ ଏକ ଡବଲ୍ ଡେକର ବସ୍ କିଛି ଶ୍ରଦ୍ଧାଳୁଙ୍କୁ ନେଇ ଉତ୍ତର ପ୍ରଦେଶର ପ୍ରଦେଶର ପ୍ରୟାଗରାଜ ଅଭିମୁଖେ ଯାତ୍ରା କରୁଥିଲା। ଏହି ସମୟରେ ଜଉନପୁର ବଦଲାପୁରରେ ନିକଟରେ ଏକ ଚାଉଳ ବୋଝେଇ ବସ୍ ଛିଡା ହୋଇଥିଲା ବେଳେ ବସ୍ ଟି ଭାରସାମ୍ୟ ହରାଇ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ୮ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହାଦେଖି ସ୍ଥାନୀୟ ଲୋକେ ପୋଲିସ୍ କୁ ଖବର ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଥିବା ବେଳେ ମେଡିକାଲ୍ ପଠାଇଥିଲା। ପରେ ଘଟଣାସ୍ଥଳରେ ଜିଲ୍ଲାପାଳ ଡିନେଶ୍ ଚନ୍ଦ୍ର ପହଞ୍ଚି ସ୍ଥିତିର ସମୀକ୍ଷା କରିଥିଲେ। ତେବେ, ଏହି ବସ୍ ରେ ପାଖାପାଖି ୫୦ ଜଣ ଯାତ୍ରା କରୁଥିବା ଜଣାପଡିଛି। ପୋଲିସ୍ ଏହି ଘଟଣାର ତଦନ୍ତ ଜାରି ରଖିଛି।