Advertisement
Photo Details/zeeodisha/odisha2653627
photoDetails0hindi

Gajkesari Rajyog 2025: ହୋଲି ପୂର୍ବରୁ ଚମକିବ ଏହିସବୁ ରାଶିଙ୍କ ଭାଗ୍ୟ, ବ୍ୟବସାୟୀଙ୍କ ସହ ଚାକିରିଆ ହେବେ ଲାଭବାନ୍

Gajkesari Rajyog 2025: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଆଆନ୍ତି। ଏହି କ୍ରମରେ ଦେବଗୁରୁ ବୃହସ୍ପତି ବର୍ତ୍ତମାନ ମେଷ ରାଶିରେ ବିରାଜମାନ ଥିବା ବେଳେ ସେହି ରାଶିକୁ ମାନସିକ ଶାନ୍ତିର କାରକ ଚନ୍ଦ୍ର ମାର୍ଚ୍ଚ ୫ ତାରିଖ ସକାଳ ୮ଟା ୪୦ ମିନିଟ୍ ସମୟରେ ଚଳନ କରିବେ। ଗୋଟିଏ ରାଶିରେ ଦେବଗୁରୁ ବୃହସ୍ପତି ଓ ଚନ୍ଦ୍ରଙ୍କ ମିଳନ ଗଜକେଶରୀ ରାଜଯୋଗ ସୃଷ୍ଟି କରୁଛି। ହୋଲି ପୂର୍ବରୁ ଗଜକେଶରୀ ରାଜଯୋଗ କିଛି ରାଶିଙ୍କ ପାଇଁ ବରଦାନ ପାଲଟିବ। ଯଦି ଜାତକରେ ବୃହସ୍ପତି ଓ ଚନ୍ଦ୍ରଙ୍କ ସ୍ଥିତି ମଜବୁତ୍ ରହେ। ତେବେ, ବ୍ୟକ୍ତି ଅପାର ଧନ-ଐଶ୍ବର୍ଯ୍ୟର ଅଧିକାରୀ ହେବା ସହିତ କ୍ୟାରିୟରରେ ସଫଳତା ପାଇଥାଏ। ତେବେ, ଆସନ୍ତୁ ଜାଣିବା ଗଜକେଶରୀ ଯୋଗ କେଉଁ ସବୁ ରାଶିର ଭାଗ୍ୟ ଚମକାଇବାକୁ ଯାଉଛି...

1/3

ମେଷ: ଗଜକେଶରୀ ରାଜଯୋଗ ଏହି ରାଶିର ଭାଗ୍ୟ ଉଦୟ କରିବ। ବିଶେଷ କରି, ଆର୍ଥିକ ସ୍ଥିତିରେ ସୁଧାର ଆସିବ। କର୍ମକ୍ଷେତ୍ରରୁ କୌଣସି ପ୍ରକାର ଶୁଭ ଖବର ପାଇବେ। ବ୍ୟବସାୟୀମାନେ ବାଣିଜ୍ୟ-ବ୍ୟବସାୟରେ ଅଗ୍ରଗତି କରିବେ। ଯେଉଁମାନେ ଦିର୍ଘ ଦିନ ଧରି, ଚାକିରି ଖୋଜୁଛନ୍ତି। ସେମାନଙ୍କୁ କୌଣସି ଏକ ଭଲ ସଂସ୍ଥାରୁ ଚାକିରି ଅଫର ମିଳିବ। ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ମନୋମାଳିନ୍ୟ ଦୂର ହେବ।  ନୂଆ କରି ବିବାହ କରିଥିବା ଲୋକେ ସନ୍ତାନ ପ୍ରାପ୍ତି ହେବା ନେଇ ଖୁସି ଖବର ପାଇବେ। ପୁରୁଣା ବିନିଯୋଗରୁ ମାଲାମାଲ୍ ହେବେ। ସ୍ବାସ୍ଥ୍ୟରେ ଉନ୍ନତି ଆସିବ। ଆୟ ବଢିବା ସହିତ ବ୍ୟାଙ୍କ୍ ବାଲାନ୍ସ ବଢିବ। ଅବିବାହିତଙ୍କ ବିବାହର ଯୋଗ ଫିଟିବ। 

ALSO READ: Shani Rahu Yuti 2025: ଏହିସବୁ ରାଶିଙ୍କ ଭାଗ୍ୟ ଉଜ୍ଜଳ କରିବେ ଶନି-ରାହୁ, ମିଳିବ ପୁଳା ପୁଳା ଟଙ୍କା ସହ ବ୍ୟବସାୟରେ ବଢିବ ଲାଭ!

ALSO READ: Gold Rate Today: ନୂଆ ସୁନା ଦର ଜାରି, ୬୭ ହଜାର ତଳେ ଭରି ପିଛା ମୂଲ୍ୟ

2/3

କର୍କଟ: ଗଜକେଶରୀ ରାଜଯୋଗ ଏହି ରାଶିଙ୍କୁ ମାଲାମାଲ୍ କରିବ। କର୍ମକ୍ଷେତ୍ରରୁ ପଦୋନ୍ନତି ମିଳିବା ସହିତ ଦରମା ବଢିବ। ବାକି ପଡି ରହିଥିବା ଟଙ୍କାକୁ ଫେରି ପାଇବେ। ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ସମୟ ଅନୁକୂଳ ରହିବ। ଏହି ସମୟରେ ବ୍ୟବସାୟ ଆରମ୍ଭ କଲେ ଅଧିକ ଲାଭ ପାଇବେ। ବିଦେଶରେ ଉଚ୍ଚ ଶିକ୍ଷା ଲାଭ କରିବା ପାଇଁ ଆଶାୟୀ ଥିବା  ଛାତ୍ରଛାତ୍ରୀଙ୍କ ଆଶା ପୂରଣ ହେବ। ନୂଆ ଘର କିଣିବାର ସ୍ବପ୍ନ ସାକାର ହେବ। ପୌତୃକ ସମ୍ପତ୍ତିରୁ ଲାଭ ପାଇବେ। ପରିବାର ଲୋକଙ୍କ ସହ ଭଲ ସମୟ ଅତିବାହିତ କରିବେ। ପରିବାର ସହ ଦୂରଯାତ୍ରା କରିବେ। ନିଜ ପିଲାମାନଙ୍କ ଠାରୁ କୌଣସି ପ୍ରକାର ଖୁସି ଖବର ପାଇବେ। ସ୍ବାସ୍ଥ୍ୟ ଭଲ ରହିବା ସହିତ ପିତାମାତାଙ୍କ ମାନସିକ ଚିନ୍ତା ଦୂର ହେବ। ପ୍ରେମୀମାନଙ୍କ ପାଇଁ ସମୟ ଖାସ୍ ରହିବ। 

3/3

କନ୍ୟା: ଗଜକେଶରୀ ରାଜଯୋଗ ଏହି ରାଶିର ଭାଗ୍ୟ ବଦଳାଇବ। ବ୍ୟବସାୟ କରୁଥିବା ଲୋକଙ୍କ ପାଇଁ ସମୟ ଅନୁକୂଳ ରହିବ। ବାଣିଜ୍ୟ-ବ୍ୟବସାୟରେ ଲାଗି ରହିଥିବା ମାନ୍ଦାବସ୍ଥା ଦୂର ହେବ। କର୍ମକ୍ଷେତ୍ରରେ ଲାଗି ରହିଥିବା ଅଶାନ୍ତି ଦୂର ହେବ। କର୍ମକ୍ଷେତ୍ରରେ କଠିନ ପରିଶ୍ରମର ଫଳ ପାଇବେ। ବରିଷ୍ଠ ଅଧିକାରୀଙ୍କ ପ୍ରିୟପାତ୍ର ହେବେ। କ୍ୟାରିୟରରେ ଅଗ୍ରଗତି କରିବେ।  ଯେଉଁମାନେ ପୁଞ୍ଜିଂ ନିବେଶ ପାଇଁ ଯୋଜନା କରୁଛନ୍ତି। ସେମାନେ ଏହି ସମୟରେ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ନେଇ ନିବେଶ କଲେ ଭଲ ଲାଭ ପାଇବେ। ଘରେ କୌଣସି ପ୍ରକାର ମାଙ୍ଗଳିକ କାର୍ଯ୍ୟ ହେବ। ନୂଆ ଘର କିମ୍ବା ଗାଡି କିଣିବାର ସ୍ବପ୍ନ ସାକାର ହେବ। ପ୍ରେମୀମାନେ ସାଥୀଙ୍କ ସହ ଡେଟ୍ ଯାଇ ଭଲ ସମୟ ଅତିବାହିତ କରିବେ।   

(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)