Odia Actress Mithi: ଓଡ଼ିଆ ଇଣ୍ଡଷ୍ଟ୍ରିରେ ଅଭିନେତ୍ରୀ ମିଠି ଜଣେ ଜଣାଶୁଣା ବ୍ୟକ୍ତିତ୍ୱ। ସେ ପ୍ରଥମେ ଆଲବମରେ ନିଜର କ୍ୟାରିଅର ଆରମ୍ଭ କରିଥିଲେ।
Odia Actress Mithi: ଓଡ଼ିଆ ଇଣ୍ଡଷ୍ଟ୍ରିରେ ଅଭିନେତ୍ରୀ ମିଠି ଜଣେ ଜଣାଶୁଣା ବ୍ୟକ୍ତିତ୍ୱ। ସେ ପ୍ରଥମେ ଆଲବମରେ ନିଜର କ୍ୟାରିଅର ଆରମ୍ଭ କରିଥିଲେ।
ତାପରେ ସିନେମାରେ ଅଭିନୟ କରି ଓଡ଼ିଆ ଦର୍ଶକଙ୍କ ମନ ଜିଣିଥିଲେ। ଏକାଧିକ ଓଡିଆ ଆଲବମ୍ ରେ ତାଙ୍କୁ ଦେଖିବାକୁ ମିଳିଥାଏ।
ତାଙ୍କ ଲୋକ ପ୍ରିୟ ଆଲବମ୍ ମଧ୍ୟରୁ 'ଏ ଗଉରା', 'ନାଁ ଟି ତା'ର ବୁଲବୁଲ୍', 'ରୁପେଲି ନଈ ଧାରେ', 'ହେଇଗଲା ତାକୁ ଶୋହଳ', 'ଏ ସାଲୁ' ଆଦି ଅନେକ ଗୀତ ଏବେ ଦର୍ଶକଙ୍କ ହୃଦୟରେ ଘର କରି ରହିଛି।
ସେ ପ୍ରଥମ ଥର ପାଇଁ ଓଡ଼ିଶା ସିନେମା 'ଛାତି ଚିରି ଦେଲେ ତୁ' ଚଳଚ୍ଚିତ୍ରରେ ଅଭିନେତା ଅନୁଭବ ମହାନ୍ତିଙ୍କ ସହ ନଜର ଆସିଥିଲେ। ଏହି ଫିଲ୍ମରେ ତାଙ୍କ ଅଭିନୟକୁ ଓଡ଼ିଆ ଦର୍ଶକ ଖୁବ୍ ପସନ୍ଦ ମଧ୍ୟ କରିଥିଲେ।
ସେ ତାଙ୍କ ପରିବାର, ସ୍ୱାମୀ ଓ ସାଙ୍ଗ-ସାଥୀଙ୍କ ସହ ଅନେକ ଭିଡିଓ ଓ ଫଟୋ ନିଜ ସୋସିଆଲ ମିଡିଆ ଆକାଣ୍ଟରେ ସେୟାର କରିଥାନ୍ତି।
ट्रेन्डिंग फोटोज़