Advertisement
Photo Details/zeeodisha/odisha2654530
photoDetails0hindi

Lucky Zodiac Sign: ୨୧ ଫେବୃଆରୀରେ ବର୍ଷିବ ଲକ୍ଷ୍ମୀଙ୍କ କୃପା, ୫ ରାଶିର ଭାଗ୍ୟ ଉଜ୍ୱଳ

Top 5 Lucky Zodiac Sign, 21 February 2025: ୨୧ ଫେବୃଆରୀ ଶୁକ୍ରବାର ଦିନ ଗଠନ ହୋଇଥିବା ଶୁଭଯୋଗ ପ୍ରଭାବରୁ ୫ଟି ରାଶିର ବ୍ୟକ୍ତିବିଶେଷ ବିଶେଷ ଲାଭ ପାଇବାକୁ ଯାଉଛନ୍ତି ।

1/6

ବୃଷ ରାଶି

ଆପଣଙ୍କ ପାଇଁ ଦିନଟି ଅତ୍ୟନ୍ତ ସୁଖଦ ହେବାକୁ ଯାଉଛି । କଠିନ ପରିଶ୍ରମରୁ ଆପଣ ବିଶେଷ ଲାଭବାନ ହେବେ। ଫ୍ୟାଶନ୍ ଡିଜାଇନିଂ, କଳା ଏବଂ ସୃଜନଶୀଳ କ୍ଷେତ୍ର ସହିତ ଜଡିତ ଥିଲେ ବିଶେଷ ଲାଭ ମିଳିପାରେ। ପରିଚାଳନା ଏବଂ ଆକାଉଣ୍ଟସ୍ ସହିତ ଜଡିତ ବ୍ୟକ୍ତି ଲାଭଦାୟକ ଫଳାଫଳ ହାସଲ କରିବେ । ରାଜନୈତିକ ଏବଂ ସାମାଜିକ କ୍ଷେତ୍ରରୁ ମାନ ସମ୍ମାନ ମିଳିବ । ଛାତ୍ରଛାତ୍ରୀମାନେ ଶିକ୍ଷାଗତ ପ୍ରତିଯୋଗିତାରେ କୃତ୍ତିତ୍ୱ ହାସଲ କରିବାର ସମ୍ଭାବନା ଅଧିକ । ପ୍ରେମ ଜୀବନ ଅତ୍ୟନ୍ତ ସୁଖଦ ହେବ ।

2/6

କର୍କଟ ରାଶି

ଆପଣ ଆର୍ଥିକ ମାମଲାରେ ଅତ୍ୟନ୍ତ ସତର୍କ ରହିବା ଆବଶ୍ୟକ । ବ୍ୟବସାୟକୁ ବିସ୍ତାର କରିବା ପାଇଁ ଋଣ ନେବାକୁ ଚାହୁଁଥିଲେ ସଫଳତା ହାସଲ କରିବେ । କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଶେଷ କରିପାରନ୍ତି । ଜୀବନସାଥୀଙ୍କ ସମର୍ଥନ ଆପଣଙ୍କୁ ମିଳିବ । ଚାକିରି ବଦଳାଇବାକୁ ଚାହୁଁଥିଲେ ସକାରାତ୍ମକ ଖବର ମିଳିପାରେ । ପିଲାମାନଙ୍କ ନିକଟରୁ କିଛି ଖୁସି ଖବର ମିଳିବାର ସମ୍ଭାବନା ରହିଛି। ଶିକ୍ଷା ଏବଂ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରିବେ। ଟଙ୍କା ଅଟକି ରହିଥିଲେ ଫେରି ପାଇବାର ସମ୍ଭାବନା ରହିଛି।

3/6

ତୁଳା ରାଶି

ଆପଣଙ୍କ ପାଇଁ ଦିନଟି ସୌଭାଗ୍ୟରେ ପରିପୂର୍ଣ୍ଣ । ବିଭିନ୍ନ ସୁତ୍ରରୁ ଲାଭ ମିଳିବାର ସମ୍ଭାବନା ରହିଛି। ଅସମ୍ପୂର୍ଣ୍ଣ କାର୍ଯ୍ୟଗୁଡ଼ିକୁ ଶେଷ କରିବାକୁ ଚେଷ୍ଟା କଲେ ସଫଳ ହେବେ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସମର୍ଥନ ପାଇବେ। ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିଲେ ଦିନଟି ଅନୁକୁଳ । ଶିକ୍ଷାଦାନ କାର୍ଯ୍ୟ ସହିତ ଜଡିତ ଥିଲେ ଅନୁକୂଳ ଫଳାଫଳ ପାଇବେ । ବୈବାହିକ ଜୀବନରେ ଜୀବନସାଥୀଙ୍କ ସମର୍ଥନ ରହିବ । ପରିବାରରେ ସୁଖଦ ପରିବେଶ ରହିବ। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଥିଲେ ଧିରେ ଧିରେ ସୁସ୍ଥ ହେବାକୁ ଲାଗିବେ ।

4/6

ମକର ରାଶି

ଆପଣଙ୍କ ପାଇଁ ଦିନଟି ସକାରାତ୍ମକ ଫଳାଫଳ ପ୍ରଦାନ କରିବ । କାର୍ଯ୍ୟରେ ଖୁବ ସକ୍ରିୟ ରହିବେ । ବିଭିନ୍ନ କାର୍ଯ୍ୟରେ ସଫଳତା ହାସଲ କରିବାର ସମ୍ଭାବନା ଅଧିକ । ନିଜ କାର୍ଯ୍ୟଗୁଡ଼ିକୁ ଭଲ ଭାବରେ ଶେଷ କରିପାରିବେ। କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ସହଯୋଗ ଏବଂ ସମର୍ଥନ ମିଳିବ। ବ୍ୟବସାୟରେ ଲାଭ ହାସଲ କରିବେ । ଦିନଟିରେ ଆର୍ଥିକ ସଫଳତା ମିଳିବ । ବ୍ୟାଙ୍କରୁ ଋଣ ନେବାକୁ ଚେଷ୍ଟା କରୁଥିଲେ ପ୍ରୟାସ ସଫଳ ହେବ । କୌଣସି ସ୍ଥାନରେ ଟଙ୍କା ଫସି ରହିଥିଲେ ଫେରି ପାଇବାର ସମ୍ଭାବନା ଅଧିକ । ପାରିବାରିକ ଜୀବନ ଦୃଷ୍ଟିରୁ ଦିନଟି ଅନୁକୂଳ । ବୈବାହିକ ଜୀବନରେ କୌଣସି ମତଭେଦ ଥିଲେ ତାହା ସମାଧାନ ହୋଇଯିବ ।

5/6

ମୀନ ରାଶି

ଆପଣଙ୍କ ପାଇଁ ଦିନଟି ଶୁଭଦାୟକ ସାବ୍ୟସ୍ତ ହେବ । ଚତୁରତାର ସହ ଶୀଘ୍ର ନିଷ୍ପତ୍ତି ନେବାରେ ଆପଣ ସଫଳ ହେବେ । କୌଣସି କାର୍ଯ୍ୟ ଅଧାରେ ଅଟକି ରହିଥିଲେ ତାହା ଶେଷ କରିବେ । ବିଶେଷ କରି ଶିକ୍ଷା, ଇଲେକ୍ଟ୍ରୋନିକ୍ସ, ଫ୍ୟାଶନ୍ ଏବଂ ରେଡିମେଡ୍ ପୋଷାକ ବ୍ୟବସାୟ ସହିତ ଜଡିତ ବ୍ୟକ୍ତିଙ୍କ ପାଇଁ ଦିନଟି ଲାଭଦାୟକ ହେବ। କୌଣସି କାର୍ଯ୍ୟ ଅଟକି ରହିଥିଲେ ତାହା ଶେଷ ହୋଇପାରେ। କୋର୍ଟ କଚେରୀ ସମ୍ୱନ୍ଧୀୟ ମାମଲା ଥିଲେ ଆପଣଙ୍କ ସପକ୍ଷରେ ଫଳ ଆସିପାରେ । ଜମି ସମ୍ବନ୍ଧୀୟ କୌଣସି କାରବାର କରିବାକୁ ଚାହୁଁଥିଲେ ଦିନଟି ଶୁଭ । ପାରିବାରିକ ଜୀବନରେ ଜୀବନସାଥୀଙ୍କ ଠାରୁ ସମର୍ଥନ ପାଇବେ। ଘରେ ସୁଖଦ ପରିବେଶ ରହିବ।

6/6

Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।