Weather Report: ଆଜି ୧୨ଟି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୪୦ ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ଏଥିପାଇଁ ୪ ଜିଲ୍ଲାକୁ ଅରେଜଂ ଓ୍ବାର୍ଣ୍ଣିଂ ଜାରି କରାଯାଇଛି।
ସୋମବାର ପୂର୍ବାହ୍ଣ ସୁଦ୍ଧା କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ବର ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପବନ ଓ ବର୍ଷା ହେବା ନେଇ ଆଲର୍ଟ ଜାରି କରିଛି ବିଭାଗ।
ଆସନ୍ତା ୨୪ ଘଣ୍ଟାରେ କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ବର ଉପରେ ବର୍ଷାର ପ୍ରଭାବ ରହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ରବିବାର ସକାଳଠାରୁ ଆଜି ସନ୍ଧ୍ୟା ମଧ୍ୟରେ ବାରିପଦା ସହରରେ ସର୍ବାଧିକ ୨୨ ମିମି ବର୍ଷା ହୋଇଥିବା ବେଳେ ଅନୁଗୁଳ(Anugul)ରେ ୨୧ମିମି, ବାଲେଶ୍ବରରେ ୧୩.୩ ମିମି, ଭଦ୍ରକରେ ୯ମିମି, ଚାନ୍ଦବାଲିରେ ୦.୬ମିମି, ଗୋପାଳପୁରରେ ୦.୩ମିମି, ରାଉରକେଲାରେ ୦.୨ ମିମି ବର୍ଷା ରେକର୍ଡ ହୋଇଛି।
ट्रेन्डिंग फोटोज़