Advertisement
Photo Details/zeeodisha/odisha2658636
photoDetails0hindi

Cookies Swain And Joy Dev Marriage: ବାଜିଲା ସାହାନାଇ, ଅଭିନେତ୍ରୀ କୁକିଜ୍ ଙ୍କ ସହ ଅଭିନେତା ଜୟଦେବଙ୍କ ପ୍ରଥମ ଫଟୋ ହେଲା ଭାଇରାଲ

Cookies Swain And Joy Dev Marriage:  ବାଜିଲା ସାହାନାଇ । ହାତକୁ ଦି'ହାତ ହେଲେ ଓଡ଼ିଆ ଅଭିନେତ୍ରୀ କୁକିଜ ସ୍ୱାଇଁ ଓ ଅଭିନେତା ଜୟଦେବ । ଦୀର୍ଘ ଦିନର ଡେଟିଂ ପରେ ଏବେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଏହି ଦୁଇ ଲଭ ବାର୍ଡ । ଗତକାଲି ଉଭୟଙ୍କ ବିବାହ ସରିଛି। ତେବେ ଗତ ସୋମବାର ଅର୍ଥାତ୍ (ଜାନୁଆରୀ ୨୭)ରେ ଧୁମଧାମରେ ଉଭୟଙ୍କ ନିର୍ବନ୍ଧ ସରିଥିଲା । ଏହାପରେ ସୋସିଆଲ ମିଡିଆରେ ଉଭୟଙ୍କ ନିର୍ବନ୍ଧର ଫଟୋ ବେଶ୍ ଭାଇରାଲ ହେଉଥିଲା। 

 

1/10

ତେବେ ରିପୋର୍ଟ ଅନୁସାରେ, କୁକିଜଙ୍କୁ ସାତ ମାସ ଧରି ଡେଟ୍ କରିଆସୁଥିଲେ ଜୟଦେବ । ଉଭୟଙ୍କ ପ୍ରେମ ସମ୍ପର୍କ ନେଇ ବେଶ ଚର୍ଚ୍ଚାରେ ମଧ୍ୟ ରହିଆସିଥିଲେ । ଉଭୟ ପରସ୍ପର ସହ ଅନେକ ମ୍ୟୁଜିକ ଗୀତ କରିଥିବା ବେଳେ ପରସ୍ପରର ଫଟୋ ମଧ୍ୟ ସୋସିଆଲ ମିଡିଆରେ ସେୟାର କରୁଥିଲେ।

Also Read: Guava In Pregnancy: ଗର୍ଭାବସ୍ଥାରେ ଖାଆନ୍ତୁ ପିଜୁଳି, ଶିଶୁ ସହ ମା'ର ସ୍ୱାସ୍ଥ୍ୟରେ ଦେଖା ଦେବ ଉନ୍ନତି

Also Read: Gajkesari Rajyog 2025: ସୃଷ୍ଟି ହେଉଛି ଗଜକେଶରୀ ଯୋଗରୁ ଶୁଭ ରାଜଯୋଗ, ୫ ରାଶିର ଫିଟିବ ଭାଗ୍ୟ

2/10

ପ୍ରଥମେ ନିର୍ବନ୍ଧ ପରେ ଗତକାଲି ବିବାହ ସରିଛି । ଅଭିନେତ୍ରୀ ପ୍ରଥମେ ଜୟଦେବଙ୍କ ଫଟୋ ନିଜ ଇନଷ୍ଟା ଷ୍ଟୋରିରେ ସେୟାର କରିଥିଲେ ।

3/10

ଏହି ଫଟୋରେ  ଜୟଦେବ ଏକ ଧଳା ସହ ପିଙ୍କ କମ୍ବିନେସନର ବର ବେଶ ହୋଇଥିବା ବେଳେ ଗାଡି ଭିତରେ ବସିଥିବାର ଏକ ଫଟୋ ସେୟାର କରିଥିଲେ। 

4/10

ପରେ ବରଯାତ୍ରୀ ନେଇ ପହଞ୍ଚିଥିଲେ ଅଭିନେତା ଜୟଦେବ। ଅଭିନେତ୍ରୀ କୁକିଜ୍ ମଧ୍ୟ ଏକ ଧଳା ଓ ପିଙ୍କ୍ କମ୍ବିନେସନର ଦୁଲହନ ଲେହେଙ୍ଗା ପିନ୍ଧି ଖୁବ ସୁନ୍ଦର ଦିଶୁଥିଲେ। 

5/10

ଷ୍ଟେଜ୍ ରେ ଫିଲ୍ମ ଷ୍ଟାଇଲରେ ବରଣମାଳା ଏକ୍ସଚେଞ୍ଜ କରିଥିଲେ ଉଭେୟ । ଦୁହିଁଙ୍କ ଏହି ବର କନିଆ ବେଶରେ ଖୁବ ପସନ୍ଦ କରିଛନ୍ତି ଉଭୟଙ୍କ ଫ୍ୟାନ୍ସ। 

6/10

ସେହିପରି ବରଣମାଳା ପକାଯିବା ପରେ କୁକିଜ୍ ଙ୍କ ମଥାକୁ ଚୁମ୍ବନ କରିଥିଲେ ଜୟଦେବ । ଆଉ ଏହି ଫଟୋଟି ମଧ୍ୟ ବେଶ୍ ଭାଇରାଲ ହେବାରେ ଲାଗିଛି।

Also Read: Odisha Collector Office Job: ଜିଲ୍ଲାପାଳଙ୍କ ଅଫିସରେ ବାହାରିଲା ବମ୍ପର ନିଯୁକ୍ତି, ଶେଷ ତାରିଖ ୧୧ ମାର୍ଚ୍ଚ

7/10

୭ ମାସର ପ୍ରେମକୁ ସଫଳ କରି ବିବାହରେ ପରିଣତ କରିଥିବା ଯୋଡ଼ି ଷ୍ଟେଜ୍ ରେ ବିଭିନ୍ନ ପ୍ରକାରର ଫଟୋ ପୋଜ୍ ଦେଇ ସମସ୍ତଙ୍କ ମନ କିଣିଥିଲେ। 

8/10

କୁକିଜ ସ୍ୱାଇଁ ଓ ଜୟଦେବଙ୍କ ୱାର୍କପ୍ରଣ୍ଟ ବିଷୟରେ କହିବାକୁ ଗଲେ, ଅଭିନେତ୍ରୀ କୁକିଜ ଅନେକ ଓଡ଼ିଆ ଫିଲ୍ମ ଏବଂ ସିରିଏଲରେ କାମ କରିଛନ୍ତି । ଆଉ ଏଇଠୁ ସେମାନଙ୍କର ପ୍ରେମ ଆରମ୍ଭ ହୋଇଥିଲା ବୋଲି ଚର୍ଚ୍ଚା ହେଉଛି। 

9/10

ଏହି ବିବାହରେ ଓଲିଉଡର ଅନେକ ଅଭିନେତା ଓ ଅଭିନେତ୍ରୀ ଯୋଗ ଦେଇଥିଲେ । ଅଭିନେତ୍ରୀ ଭୂମିକା ମଧ୍ୟ କୁକିଜଙ୍କ ସହ ଫଟୋ ସେୟାର କରି ଅଭିନନ୍ଦନ ଜଣାଇଛନ୍ତି । 

10/10

ଏହି ଫଟୋରେ ଓଲିଉଡର ଆଗଧାଡ଼ିର ଅଭିନେତ୍ରୀ, ଭୂମିକା, ଇପ୍ସିତା, ଦିବ୍ୟାଙ୍କ ସହ ଶିତଲ ଓ ପୁନମ ମଧ୍ୟ ରହିଛନ୍ତି।