Odisha Budget 2025: ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆଗତ ହେଲା ୨ୟ ସାଧାରଣ ବଜେଟ୍
Advertisement
Article Detail0/zeeodisha/odisha2649725

Odisha Budget 2025: ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆଗତ ହେଲା ୨ୟ ସାଧାରଣ ବଜେଟ୍

Odisha Budget 2025: ୨୦୨୫ ଓ ୨୬ ବର୍ଷ ଲାଗି ଆଜି ବିଧାନସଭାରେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନା କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ଅର୍ଥବିଭାଗ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝି ବଜେଟରେ କ'ଣ ଘୋଷଣା କରିବେ ତା ଉପରେ ରହିଛି ସମସ୍ତଙ୍କ ନଜର। ଚଳିତ ବଜେଟ୍ ୩ ଲକ୍ଷ କୋଟି ଛୁଇଁବା ସମ୍ଭାବନା ରହିଛି।

Odisha Budget 2025: ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆଗତ ହେଲା ୨ୟ ସାଧାରଣ ବଜେଟ୍
LIVE Blog

Odisha Budget 2025: ୨୦୨୫ ଓ ୨୬ ବର୍ଷ ଲାଗି ଆଜି ବିଧାନସଭାରେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନା କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ଅର୍ଥବିଭାଗ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝି ବଜେଟରେ କ'ଣ ଘୋଷଣା କରିବେ ତା ଉପରେ ରହିଛି ସମସ୍ତଙ୍କ ନଜର। ଚଳିତ ବଜେଟ୍ ୩ ଲକ୍ଷ କୋଟି ଛୁଇଁବା ସମ୍ଭାବନା ରହିଛି।

17 February 2025
19:00 PM

Odisha Budget LIVE: ଏହି ବଜେଟରେ ଆର୍ଥିକ ନିଅଣ୍ଟର ପରିମାଣ ରହିଛି ୩୪ ହଜାର ୨୦୦ କୋଟି। ଏହା ସମୁଦାୟ ବଜେଟର ୩.୨%।  ରାଜ୍ୟ ସରକାର ୧ଲକ୍ଷ ୩୪ ହଜାର ୯୧୪ କୋଟି ଟଙ୍କା ଋଣ ଆଣିବା ଲକ୍ଷ୍ୟ ରଖିଛନ୍ତି, ଯାହା ବଜେଟର ୧୨.୭%।  

18:44 PM

Odisha Budget LIVE: ଏହି ବଜେଟ୍‍ ମାଧ୍ୟମରେ ସରକାର ୨୦୩୬ ସୁଦ୍ଧା  ଓଡ଼ିଶାକୁ ବିକଶିତ ରାଜ୍ୟରେ ପରିଣତ କରିବା ଲାଗି ଲକ୍ଷ୍ୟ ରଖିଛନ୍ତି। ମୁଖ୍ୟତଃ ୯ଟି ସ୍ତମ୍ଭରେ ବିକାଶକୁ ଏହି ବଜେଟର ମୁଖ୍ୟ ଆୟୁଧ ଭାବେ ଗ୍ରହଣ କରାଯାଇଛି। ଏହି ସ୍ତମ୍ଭଗୁଡ଼ିକ ହେଉଛି ସମୃଦ୍ଧି, ସମାନତା, ଲୋକଙ୍କ କ୍ଷେତ୍ରରେ ନିବେଶ, ସୁସ୍ଥ ଓଡ଼ିଶା, ଆଞ୍ଚଳିକ ସାମ୍ୟ, ଓଡ଼ିଆ ଅସ୍ମିତା, ଲୋକଙ୍କ ସରକାର, ଅନ୍ନଦାତା,  ଏବଂ ଜଳବାୟୁ ଉପଯୋଗୀ ଓଡ଼ିଶା। 

18:39 PM

Odisha Budget LIVE: MLA ସହାୟତା ପାଣ୍ଠି ୩ କୋଟିରୁ ୫ କୋଟିକୁ ବୃଦ୍ଧି। ଏଥିପାଇଁ ବଜେଟ୍‌ରେ ୭୩୫ କୋଟିର ବ୍ୟବସ୍ଥା । ନିର୍ବାଚନ ମଣ୍ଡଳୀ ଭିତ୍ତିକ ଆବଣ୍ଟନ ପାଇଁ ଆଉ ୧୪୨ କୋଟି।

18:31 PM

Odisha Budget LIVE: ଏହି ବଜେଟ୍‍ ଖର୍ଚ୍ଚର ୨୨.୮ ପ୍ରତିଶତ ନିଜସ୍ୱ ଟିକସ ରାଜସ୍ୱ ହୋଇଥିବା ବେଳେ ୨୨.୨% କେନ୍ଦ୍ରୀୟ ଭାଗିଦାରୀ ଟିକସ, ୨୦.୭ ଅଣ ଟିକସ ରାଜସ୍ୱ, ୧୬.୩% ସାଧାରଣ ରାଜସ୍ୱ, ୧୪.୩% କେନ୍ଦ୍ରୀୟ ଗ୍ରାଣ୍ଟ ହୋଇଥିବା ବେଳେ ସାଧାରଣ ଆକାଉଣ୍ଟରୁ ୩.୫% ଆୟ ଅନ୍ତର୍ଭୁକ୍ତ। 

18:13 PM

Odisha Budget LIVE: ୨୦୨୫-୨୬ ବର୍ଷ ପାଇଁ ୨ ଲକ୍ଷ ୯୦ ହଜାର କୋଟିର ବଜେଟ୍‌ । ଅନ୍ତ୍ୟୋଦୟ ଗୃହ ଯୋଜନା ପାଇଁ ୨୬୦୩ କୋଟି । ବିକଶିତ ଗାଁ, ବିକଶିତ ଓଡ଼ିଶା ପାଇଁ ୨ ହଜାର କୋଟି। ଜଳଜୀବନ ମିଶନ ପାଇଁ ୭ ହଜାର କୋଟି। ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ପାଇଁ ୪ ହଜାର ୫ ଶହ କୋଟି। 

18:09 PM

Odisha Budget LIVE: ଜଳ ଜୀବନ ମିସନକୁ ୨୦୨୮ ଯାଏଁ ବୃଦ୍ଧି କରାଯାଇଛି । ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ପଦକ୍ଷେପ ନେଇଛନ୍ତି ସରକାର । ୨୦୨୬ ସୁଦ୍ଧା ରାଜ୍ୟର ସବୁସ୍ଥାନକୁ ପାଇପ୍‌ ଜଳ । ୧୧୫ଟି ସହରରେ ଜଳ ସଂଯୋଗ ମାଧ୍ୟମରେ ରାଜ୍ୟ ସରକାର ପାଣି ଯୋଗାଇବେ।
 

18:03 PM

Odisha Budget LIVE: ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା ପାଇଁ ୩୦ କୋଟି । ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ପାଇଁ ୨୦୦ କୋଟି। ଉତ୍ତର ଓଡ଼ିଶା ବିକାଶ ପରିଷଦ ପାଇଁ ୨୦୦ କୋଟି । ଓଡ଼ିଶା ପୃଷ୍ଟି ମିଶନ ପାଇଁ ୧୦୦ କୋଟି । ଅଟଳ ବସ ଷ୍ଟାଣ୍ଡ ପାଇଁ ୧୨୬୬ କୋଟି। ସମୃଦ୍ଧ ସହର ପାଇଁ ୪୦୮ କୋଟି ।  ସହିଦ ଲକ୍ଷ୍ମଣ ନାୟକ ଆଦର୍ଶ ବିଦ୍ୟାଳୟ ପାଇଁ ୧୦୦ କୋଟିର ବ୍ୟୟ ଅଟକଳ। 

17:58 PM

Odisha Budget LIVE:  ନବମ ଶ୍ରେଣୀ ପିଲାଙ୍କୁ ମାଗଣାରେ ସାଇକେଲ ମିଳିବ । ଆମ କୁନି ପିଲା ନାଁରେ ନୂଆ ଯୋଜନା । ଅଙ୍ଗନବାଡ଼ି ପିଲା ପାଇବେ ୟୁନିଫର୍ମ । 

17:57 PM

Odisha Budget LIVE: ୫ ବର୍ଷର ପୁରୁଣା ଫ୍ୟାନ ବ୍ୟବହାର ହେବନି । ୧୦ ବର୍ଷର ଏସି ବି ବ୍ୟବହାର ଆଉ ହେବନି । ଶକ୍ତି ସଂଚୟ ଲାଗି ଏମିତି ପଦକ୍ଷେପ ନିଆଯାଉଛି। 

17:47 PM

Odisha Budget LIVE: ବଜେଟ୍‌ରେ ସୁଭଦ୍ରା ପାଇଁ ୧୦ ହଜାର ୧୪୫ କୋଟି । ପ୍ରଥମ କିସ୍ତିରେ ଏଯାବତ ୪ ହଜାର ୯ ଶହ କୋଟି ଦେଇ ସାରିଲେଣି ସରକାର। 

17:44 PM

Odisha Budget LIVE: ନୂଆ ଓଡ଼ିଶା ଯୋଜନା ପାଇଁ ୧୩୫ କୋଟି । ୱାର୍ଲଡ଼ ସ୍କିଲ ସେଣ୍ଟର ପାଇଁ୧୨୩ କୋଟି । ଓଡ଼ିଶା ଦକ୍ଷତା ବିକାଶ ପ୍ରକଳ୍ପ ପାଇଁ ୧୧୮୦ କୋଟି ।PMAY ଅଧୀନରେ ୫ ଲକ୍ଷ ଘର ନିର୍ମାଣ ପାଇଁ ୪ହଜାର ୫୦୦କୋଟି। PVTGର ଉନ୍ନତି ପାଇଁ PM -JANMANରେ ୨୦୦ କୋଟିର ବ୍ୟୟ ଅଟକଳ। 

17:42 PM

Odisha Budget LIVE: ଗରିବ ଯୁବତୀଙ୍କୁ ବିବାହ କରାଇବେ ରାଜ୍ୟ ସରକାର। ସାମୂହିକ ବିବାହରେ ବିବାହ କରାଇ ସମସ୍ତ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର। ଘୋଷଣା ହେଲା ନୂଆ କନ୍ୟା ବିବାହ ଯୋଜନା । ୧୨ କୋଟି ଟଙ୍କାର ବ୍ୟୟ ଅଟକଳ। 

17:40 PM

Odisha Budget LIVE: ସ୍କୁଲ ଶିକ୍ଷା ପାଇଁ ୩୧ ହଜାର କୋଟିରୁ ଅଧିକ । ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟରେ ସାତ ହଜାର ପ୍ରାଥମିକ ବିଦ୍ୟାଳୟ ଉନ୍ନତିକରଣ ପାଇଁ ୨୨୬୦ କୋଟି । ଆମ କୁନି ପିଲା ଅଭିଯାନ ପାଇଁ ୮କୋଟି। ଯଶୋଦା ଅଧୀନରେ ଆଶୀର୍ବାଦ ନାମକ ଉପ ଯୋଜନା ପାଇଁ ୮୩ କୋଟି । କର୍କଟ ଚିକିତ୍ସା ପାଇଁ ୨୭୦ କୋଟି ବ୍ୟୟ ଅଟକଳ। 

17:32 PM

Odisha Budget LIVE:ପାନୀୟ ଜଳ ଜୀବନ ମିଶନ ଜରିଆରେ ୭ ହଜାର କୋଟି ଖର୍ଚ୍ଚ ହେବ । ବସୁଧା ଯୋଜନାରେ ୧ ହଜାର ୬ ଶହ କୋଟି ମଞ୍ଜୁର । ଅକ୍ଷୟ ଶକ୍ତି ଯୋଜନାରେ ୮୯୦ କୋଟି ବ୍ୟୟ ହେବ । ମୁଖ୍ୟମନ୍ତ୍ରୀ ଶକ୍ତି ସଂରକ୍ଷଣ ଯୋଜନା ପାଇଁ ୧୦୦ କୋଟି

17:26 PM

Odisha Budget LIVE: ଅନ୍ତୋଦୟ ଯୋଜନା ପାଇଁ ବଜେଟ୍‌ରେ ୭ ହଜାର ୫୫୦ କୋଟି  । ପିଏମ୍‌ ଜନମନ ଯୋଜନାରେ ବଣ୍ଟନ ହେବ ୨ ଶହ କୋଟି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ ହେବ ୫ ଲକ୍ଷ ଘର । ୫ ଲକ୍ଷ ଘର ନିର୍ମାଣ ପାଇଁ ବଣ୍ଟନ ହେବ ୪ ହଜାର ୫ ଶହ କୋଟି ଟଙ୍କା ।

17:21 PM

Odisha Budget LIVE: ବଜେଟ୍‌ରେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ପାଇଁ ୩୪୭୦ କୋଟି । ନୂତନ ସେତୁ ପ୍ରକଳ୍ପ ପାଇଁ ବ୍ୟୟ ବରାଦ ୨ ହଜାର କୋଟି ବ୍ୟୟ ଅଟକଳ। 

 

17:16 PM

Odisha Budget LIVE: ବଜେଟ୍‌ରେ ନୂଆ କରି ଶ୍ରୀଜଗନ୍ନାଥ ଯୋଜନା ପାଇଁ ବ୍ୟୟ ବରାଦ । ସଦର ମହକୁମାରୁ ମାଗଣାରେ ବସ୍‌ରେ ଆସିବେ ଶ୍ରଦ୍ଧାଳୁ ।  ମାଗଣାରେ ବସ୍‌ରେ ଆସି ଦର୍ଶନ କରିବେ, ଅବଢ଼ା ଖାଇବେ । 

17:10 PM

Odisha Budget LIVE: ପର୍ଯ୍ୟଟନକୁ ଅର୍ଥନୈତିକ ବିକାଶରେ ସାମିଲ କରିବୁ । ପର୍ଯ୍ୟଟନ ପାଇଁ ସରକାର ୮୨୦ କୋଟି ପ୍ରଦାନ କରିବେ
ପର୍ଯ୍ୟଟନର ସମନ୍ବିତ ବିକାଶ ପାଇଁ ବ୍ୟୟ ହେବ ୩୯୫ କୋଟି। 

17:09 PM

Odisha Budget LIVE:ହସ୍ତତନ୍ତ ଓ ବୟନ ପାଇଁ ୧୨୨ କୋଟି । ହସ୍ତଶିଳ୍ପ ତାଲିକାକୁ ସଂଶୋଧନ କରାଯାଇଛି । ୧୦୦ ହସ୍ତଶିଳ୍ପ କାରିଗରଙ୍କୁ ବ୍ୟାଙ୍କ ଜରିଆରେ ଋଣ ଦିଆଯିବ ।

16:59 PM

Odisha Budget LIVE: NHAI ପରି ଓଡ଼ିଶାରେ ରାଜ୍ୟ ପ୍ରାଧିକରଣ ସଡକ ସଂସ୍ଥା ଗଠନ ହେବ। ଗ୍ରାମୀଣ ପରିବହନ ବ୍ୟବସ୍ଥା ପାଇଁ ମୁଖ୍ୟମନ୍ତ୍ରୀ ପରିବହନ ଯୋଜନା। 

16:55 PM

Odisha Budget LIVE: ରାଜ୍ୟରେ ବନ୍ଦରଗୁଡ଼ିକର ବିକାଶ କରାଯିବ । ବନ୍ଦର ଗୁଡ଼ିକର ବିକାଶ ପାଇଁ ବଜେଟ୍‌ରେ ୧୭୦୭ କୋଟି । ବିମାନ ଚଳାଚଳକୁ ବ୍ୟାପକ କରିବା ପାଇଁ ୩୮୨ କୋଟି । 

16:51 PM

Odisha Budget LIVE:  ଭୁବନେଶ୍ୱରରେ ଯାନବାହାନ ଭିଡ଼ ରୋକିବାକୁ ୧୩ ହଜାର କୋଟିର ବ୍ୟୟ ଅଟକଳ ରଖାଯାଇଛି। ରାଜ୍ୟ ରାଜପଥକୁ ୪ ଲେନ ବିଶିଷ୍ଟ କରିବାକୁ ନିଷ୍ପତ୍ତି ରଖାଯାଇଛି। ନୂଆ କରି ୩ ହଜାର କିମି ରାସ୍ତା ନିର୍ମାଣ କରାଯିବ। 

16:47 PM

Odisha Budget LIVE:  କେନ୍ଦ୍ର ସରକାରଙ୍କ ଠାରୁ ସୁଧମୁକ୍ତ ୫୦ ହଜାର କୋଟି ଋଣ ମିଳିଛି। 

16:47 PM

Odisha Budget LIVE:  ସାଧାରଣ ବଜେଟ୍ ରେ ସମୃଦ୍ଧି, ଅଭିବୃଦ୍ଧି, ରୋଜଗାର ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା। 

 

16:44 PM

Odisha Budget LIVE: ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆଗତ ହେଲା ୨ୟ ସାଧାରଣ ବଜେଟ୍ । ଏହି ବଜେଟ୍ ରେ ସମୃଦ୍ଧ ଓଡ଼ିଶାର ପରିକଳ୍ପନା କରାଯାଇଛି। ଏହି ପରିକଳ୍ପନାକୁ ବାସ୍ତବରେ ପରିଣତ କରିବାକୁ ସରକାର ସବୁ କ୍ଷେତ୍ରରେ ଚେଷ୍ଟିତ।

16:41 PM

Odisha Budget LIVE: ପ୍ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆଗତ ହେଲା ୨ୟ ସାଧାରଣ ବଜେଟ୍

16:39 PM

Odisha Budget LIVE: ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରୁଛନ୍ତି ମୁଖ୍ୟମନ୍ତ୍ରୀ। ସମବାୟ ବିଭାଗ ପାଇଁ ୨୨୭୭ କୋଟି । ୨୦୨୫-୨୬ରେ ଚାଷୀଙ୍କ ପାଇଁ ୨୧୦ କୋଟି ଟଙ୍କାର କୃଷି ଋଣ ।  ଚାଷ ଜମି ହସ୍ତକ୍ଷେପ ପାଇଁ ୯୨୬ କୋଟି । କୃଷି ପାଇଁ ୧୫୦ କୋଟି ଭାଗ ଋଣ ନେଇ ବ୍ୟୟ ଅଟକଳ। 

 

16:36 PM

Odisha Budget LIVE: ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରୁଛନ୍ତି ମୁଖ୍ୟମନ୍ତ୍ରୀ। ମତ୍ସ୍ୟ, ପଶୁପାଳନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ଲକ୍ଷ୍ୟ । ଦୁଗ୍ଧ ଉତ୍ପାଦନ ବୃଦ୍ଧି ନିମନ୍ତେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଲାଗୁ । ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ଖର୍ଚ୍ଚ ହେବ ୧୪୬ କୋଟି । ଗୋମାତା ଯୋଜନା ପାଇଁ ୪୬ କୋଟି ରଖାଯାଇଛି

16:36 PM

Odisha Budget LIVE: ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରୁଛନ୍ତି ମୁଖ୍ୟମନ୍ତ୍ରୀ। ୩୧୩ ଚେକ୍ ଡ୍ୟାମରେ ଏଥର ୩୫୦ କୋଟି ଖର୍ଚ୍ଚ ହେବ। ୧୯୩ କିମିଲୁଣି ବନ୍ଧ ଯୋଜନା ପାଇଁ ୭୫୭ କୋଟିର ବ୍ୟବସ୍ଥା କରାଯାଇଛି। 

16:32 PM

Odisha Budget LIVE: ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରୁଛନ୍ତି ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗରେ ମୁହାଣ ଖନନ ପାଇଁ ୩୮୬ କୋଟି ଅଟକଳ। ନଳକୂପଗୁଡ଼ିକ ପାଇଁ ବଜେଟ୍‌ରେ ୧୧୫୦ କୋଟି ରହିଛି । 

16:30 PM

Odisha Budget LIVE: ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରୁଛନ୍ତି ମୁଖ୍ୟମନ୍ତ୍ରୀ। ଚଳିତ ବର୍ଷ ଲୋୟର ସୁକତେଲ ପ୍ରକଳ୍ପ କାର୍ଯ୍ୟ ସରିବ ।   

16:28 PM

Odisha Budget LIVE: ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରୁଛନ୍ତି ମୁଖ୍ୟମନ୍ତ୍ରୀ। OUAT ପାଇଁ ୫୧୧ କୋଟିର ବ୍ୟୟବରାଦ କରାଯାଇଛି। ୨୦୨୫-୨୬ରେ ୨ ଲକ୍ଷ ୭୫ ହେକ୍ଟର ଜମି ଜଳସେଚିତ କରିବୁ'

16:27 PM

Odisha Budget LIVE: ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରୁଛନ୍ତି ମୁଖ୍ୟମନ୍ତ୍ରୀ। OUAT ପାଇଁ ୫୧୧ କୋଟିର ବ୍ୟୟବରାଦ କରାଯାଇଛି। ୨୦୨୫-୨୬ରେ ୨ ଲକ୍ଷ ୭୫ ହେକ୍ଟର ଜମି ଜଳସେଚିତ କରିବୁ'

16:26 PM

Odisha Budget LIVE: ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରୁଛନ୍ତି ମୁଖ୍ୟମନ୍ତ୍ରୀ। ହୀରାକୁଦ ଡ୍ୟାମ୍ ଅଟୋମେସନ୍ - ୫୦ କୋଟି ପ୍ରସ୍ତାବ.. ଅନ୍ୟାନ୍ୟ ଡ୍ୟାମ୍ ର ବିକାଶ ପାଇଁ ୫୭ କୋଟି...ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ପାଇଁ ୨୯୩ କୋଟି ରଖାଯାଇଛି। 

 

16:24 PM

Odisha Budget LIVE: ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରୁଛନ୍ତି ମୁଖ୍ୟମନ୍ତ୍ରୀ। ମିଲେଟ ପାଇଁ ଏମଏସପି ୪୨୯୦ ଟଙ୍କା ବାଦ୍ ଅଧିକ ୨ ଶହ ଟଙ୍କା ମିଳିବ। 

 

16:24 PM

Odisha Budget LIVE: ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରୁଛନ୍ତି ମୁଖ୍ୟମନ୍ତ୍ରୀ। ପ୍ରଦୂଷିତ ନଦୀଗୁଡ଼ିକର ପୁନରୁଦ୍ଧାର କରାଯିବ।

16:23 PM

Odisha Budget LIVE: ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରୁଛନ୍ତି ମୁଖ୍ୟମନ୍ତ୍ରୀ। କଟକ ଓ ସମ୍ବଲପୁରକୁ ନୂଆ ପର୍ଯ୍ୟଟନ ଯୋଜନାରେ ପରିଣତ କରିବା ପାଇଁ ମହାନଦୀ ଉନ୍ନୟନ ଯୋଜନା ନେଇ ବି ବ୍ୟୟ ଅଟକଳ । 

16:22 PM

Odisha Budget LIVE: ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରୁଛନ୍ତି ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ପାଇଁ ନୂଆ ଯୋଜନା ବ୍ୟାପକ ବନ୍ୟା ପରିଚାଳନା ନେଇ ୩୮୬ କୋଟିର ବ୍ୟୟ ବରାଦ। 

16:21 PM

Odisha Budget LIVE: ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରୁଛନ୍ତି ମୁଖ୍ୟମନ୍ତ୍ରୀ। ମିଲେଟ୍ ଶ୍ରୀଅନ୍ନ ଯୋଜନା ନେଇ ୧୭୭ ଟି ବ୍ଲକକୁ ବର୍ଦ୍ଧିତ କରାଯାଇଛି। 

16:20 PM

Odisha Budget LIVE: ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରୁଛନ୍ତି ମୁଖ୍ୟମନ୍ତ୍ରୀ। ଫସଲ ବିବିଧତାର ପ୍ରସାର ପାଇଁ ୬୯୫ କୋଟି । ଜଳ ସମ୍ପଦ ପାଇଁ ୨୦୨୯ ସୁଦ୍ଧା ୧୫ ଲକ୍ଷ ହିଟର ଜଳସେଚନ ନେଇ ବ୍ୟୟ ଅଟକଳ

16:19 PM

Odisha Budget LIVE: ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରୁଛନ୍ତି ମୁଖ୍ୟମନ୍ତ୍ରୀ। ସିଏମ କିଷାନ ଯୋଜନା ରେ ବ୍ୟୟ ଅଟକଳ ୨ ହଜାର ୨୦ କୋଟି । କୃଷକ ସଶକ୍ତୀକରଣ ପାଇଁ ୧୪୭୦୧ ବ୍ୟୟ ଅଟକଳ। 

16:17 PM

Odisha Budget LIVE: ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ ଅଧିବେଶନ ଉପସ୍ଥାପନ କରୁଛନ୍ତି ମୁଖ୍ୟମନ୍ତ୍ରୀ। କୃଷି ପାଇଁ ଏଥର ବଜେଟ ରେ ୩୭ ହଜାର ୮୦୦ କୋଟି ବ୍ୟୟ ଅଟକଳ । ଯାହା ଗତ ବର୍ଷ ତୂଳନରେ ୧୨ ପ୍ରତିଶତ ଅଧିକ। 

16:13 PM

Odisha Budget LIVE: ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ ଅଧିବେଶନ ଉପସ୍ଥାପନ କରୁଛନ୍ତି ମୁଖ୍ୟମନ୍ତ୍ରୀ। ଶିକ୍ଷା, ସ୍ୱାସ୍ଥ୍ୟ କ୍ଷେତ୍ରରେ ଅଧିକ ସମ୍ବଳ ବିନିଯୋଗ ଲକ୍ଷ୍ୟ ରଖାଯାଇଛି । ଗ୍ରାମାଞ୍ଚଳରେ ଅଧିକ ପୁଞ୍ଜି ନିବେଶ କରି ବିକାଶ କରିବୁ । 

16:11 PM

Odisha Budget LIVE: ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ ଅଧିବେଶନ ଉପସ୍ଥାପନ କରୁଛନ୍ତି ମୁଖ୍ୟମନ୍ତ୍ରୀ।  ୧୨ ଲକ୍ଷ ୮୮ ହଜାର ନିଯୁକ୍ତି ନେଇ ଆଶାବାଦୀ। 

16:09 PM

Odisha Budget LIVE: ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ ଅଧିବେଶନ ଉପସ୍ଥାପନ କରୁଛନ୍ତି ମୁଖ୍ୟମନ୍ତ୍ରୀ।  ଉତ୍କର୍ଷ ଓଡ଼ିଶା ଜରିଆରେ ୫୯୩ ପ୍ରକଳ୍ପକୁ ଗ୍ରହଣ କରାଯାଇଛି। ମୋଟ ୧୬ ଲକ୍ଷ ୭୩ ହଜାର କୋଟି ପୁଞ୍ଜି ନିବେଶ ଲକ୍ଷ୍ୟ ରଖାଯାଇଛି।

16:05 PM

Odisha Budget LIVE: ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ ଅଧିବେଶନ ଉପସ୍ଥାପନ କରୁଛନ୍ତି ମୁଖ୍ୟମନ୍ତ୍ରୀ।  ରାଜ୍ୟର ଅଭିବୃଦ୍ଧି ହାର ୭.୨ ପ୍ରତିଶକ ରହିବ।

16:04 PM

Odisha Budget LIVE: ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ ଅଧିବେଶନ ଉପସ୍ଥାପନ କରୁଛନ୍ତି ମୁଖ୍ୟମନ୍ତ୍ରୀ।  ଉପସ୍ଥିତ ଅଛନ୍ତି ବିରୋଧୀ ଦଳ ନେତା। 

15:58 PM

Odisha Budget Live: ଗତ ମାସରେ ପ୍ରାକ୍ ବଜେଟ୍ ବୈଠକ ପରେ ମୁଖ୍ୟମନ୍ତ୍ରୀ ସମ୍ୟକ ସୂଚନା ଦେଇ କହିଥିଲେ ଏଥର ବଜେଟର ଆକାର ବଡ ହେବ। ଶିଳ୍ପ ଓ ପର୍ଯ୍ୟଟନ କ୍ଷେତ୍ରକୁ ଅଧିକ ଗୁରୁତ୍ବ ଦିଆଯିବ। ଚଳିତ ବର୍ଷ ୪୦ ହଜାର ପଦବୀ ପୂରଣ କରାଯିବା ସହ ୨୦ ହଜାର ନିଯୁକ୍ତି ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି।

15:48 PM

Odisha Budget Live: ଶିକ୍ଷା, ସ୍ବାସ୍ଥ୍ୟ, କୃଷି ସହ ନିଯୁକ୍ତିକୁ ବଜେଟରେ ମିଳିପାରେ ଗୁରୁତ୍ବ। ଯୁବ ବର୍ଗଙ୍କ ପାଇଁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ରାଜ୍ୟ ସରକାର ବ୍ୟାପକ ନିଯୁକ୍ତି ଅଭିଯାନ ହାତକୁ ନେଇ ପାରନ୍ତି। ଖାଲି ପଡିଥିବା ପଦବୀ ପୂରଣ ସହ ନୂଆ ପଦବୀ ସୃଷ୍ଟି ନେଇ ବ୍ୟୟବରାଦ ହୋଇପାରେ।

15:45 PM

Odisha Budget LIVE: ମୁଖ୍ୟମନ୍ତ୍ରୀ ପ୍ରଦାନ କରିଥିବା ଏହି ବଜେଟ୍‍ ବାକ୍ସ ରଙ୍ଗ ହାଲୁକା ନୀଳ ରହିବା ସହ ଏଥିରେ ସମ୍ବଲପୁରୀ ଶାଢ଼ି ଆକୃତିର ଛାପା ରହିଛି। ଏହା ପାରମ୍ପରିକ ବାକ୍ସଠାରୁ ସାମାନ୍ୟ ଭିନ୍ନ ରହିଛି। ଏହାଦ୍ୱାରା ଓଡ଼ିଶାର ସଂସ୍କୃତିକୁ ପ୍ରୋତ୍ସାହିତ କରାଯାଇଥିବାର ପ୍ରମାଣ ଦେଇଛନ୍ତି ରାଜ୍ୟ ସରକାର।

15:39 PM

Odisha Budget LIVE: ଅର୍ଥ ବିଭାଗ ଦାୟିତ୍ୱକୁ ନିଜ ପାଖରେ ରଖିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ବିଧାନସଭାରେ ଅର୍ଥ ବିଧେୟକକୁ ଆଗତ କରିବେ। ଏଥିଲାଗି ଅପରାହ୍ଣ ୪ଟାକୁ ସ୍ଥିର କରାଯାଇଛି। ପରମ୍ପରା ଅନୁସାରେ ଏହି ଅର୍ଥ ବିଧେୟକ ପ୍ରଥମେ ରାଜ୍ୟପାଳଙ୍କ ଅନୁମତି ହାସଲ କରିଥାଏ। ଏଣୁ ଏହି ସାମ୍ବିଧାନିକ ପ୍ରଥାକୁ ବଜାୟ ରଖି ଆଜି କିଛି ସମୟ ପୂର୍ବରୁ ମୁଖ୍ୟମନ୍ତ୍ରୀ ରାଜ ଭବନରେ ରାଜ୍ୟପାଳଙ୍କୁ ସ୍ୱିକୃତୀ ପାଇଁ ପ୍ରଦାନ କରିଛନ୍ତି। 

15:38 PM

Odisha Budget LIVE: ପାରମ୍ପରିକ ଭାବେ ନାଲି  ଅଥବା ମେରୁନ୍‍ ରଙ୍ଗରେ ପ୍ରତି ବଜେଟ୍‍ ଅଧିବେଶନରେ ଆସୁଥିବା ଏହି ବଜେଟ୍‍ ବାକ୍ସକୁ ସମ୍ବଲପୁରୀ ବସ୍ତ୍ର ଭଳି ସଜ୍ଜା ଯାଇଥିବା ଦେଖିବାକୁ ମିଳିଛି। ଏହି ବାକ୍ସକୁ ମୁଖ୍ୟମନ୍ତ୍ରୀ ଆଜି ରାଜ୍ୟପାଳ ହରିବାବୁ କୁମ୍ଭମ୍‍ ପାଟିଙ୍କୁ ପ୍ରଦାନ କରିଛନ୍ତି। 

15:29 PM

Odisha Budget Live: ରାଜଭବନ ଠାରେ ମାନ୍ୟବର ରାଜ୍ୟପାଳ ଡଃ ହରି ବାବୁ କମ୍ଭମ୍ ପାଟିଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ୨୦୨୫-୨୬ ଆର୍ଥିକ ବର୍ଷ ର ବଜେଟ୍ କପି ପ୍ରଦାନ କରିଛନ୍ତି।