ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ହେଲେ ଶକ୍ତିକାନ୍ତ ଦାସ
Advertisement
Article Detail0/zeeodisha/odisha2656834

ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ହେଲେ ଶକ୍ତିକାନ୍ତ ଦାସ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଫିସରେ ପୁଣି ଜଣେ ଓଡ଼ିଆ ପୁଅଙ୍କୁ ନିଯୁକ୍ତି ମିଳିଛି । ଆର୍‌ବିଆଇର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରିବେ । ଶଶିକାନ୍ତଙ୍କ ପୈତୃକ ଘର ଆଠଗଡରେ ଏବଂ ଭୁବନେଶ୍ୱର ଡି ଏମ୍ ସ୍କୁଲର ପୂର୍ବତନ ଛାତ୍ର ଥିଲେ ।

ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ହେଲେ ଶକ୍ତିକାନ୍ତ ଦାସ

Shaktikanta Das: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଫିସରେ ପୁଣି ଜଣେ ଓଡ଼ିଆ ପୁଅଙ୍କୁ ନିଯୁକ୍ତି ମିଳିଛି । ଆର୍‌ବିଆଇର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରିବେ । ଶଶିକାନ୍ତଙ୍କ ପୈତୃକ ଘର ଆଠଗଡରେ ଏବଂ ଭୁବନେଶ୍ୱର ଡି ଏମ୍ ସ୍କୁଲର ପୂର୍ବତନ ଛାତ୍ର ଥିଲେ । 

ସୂଚନା ମୁତାବକ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱିତୀୟ ପ୍ରମୁଖ ସଚିବ ଭାବେ ଶକ୍ତିକାନ୍ତଙ୍କୁ ଦାୟିତ୍ୱ  ମିଳିଛି । ଏହା ପୂର୍ବରୁ ସେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଗଭର୍ଣ୍ଣର ଥିଲେ । କ୍ୟାବିନେଟ୍ ଆପଏଣ୍ଟସ୍ କମିଟି ଶଶିକାନ୍ତଙ୍କ ନିଯୁକ୍ତିକୁ ସୁପାରିଶ କରିଛି । ଏ ନେଇ କାର୍ମିକ ମନ୍ତ୍ରାଳୟ ପକ୍ଷରୁ କ୍ୟାବିନେଟ୍ ଆପଏଣ୍ଟସ୍ କମିଟି ସଚିବ ମନୀଷା ସାକସେନା ଏକ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛନ୍ତି । 

ଆପଣଙ୍କୁ କହିରଖୁଛୁ ଯେ, ୧୯୮୦ ବ୍ୟାଚର ତାମିଲନାଡ଼ୁ କ୍ୟାଡରର ଆଇଏଏସ୍ ଅଫିସର ହେଉଛନ୍ତି ଶକ୍ତିକାନ୍ତ । ସେ ପୂର୍ବରୁ ବହୁ ଗୁରୁତ୍ୱପୂର୍ଣ୍ଣ ପଦ ପଦବୀରେ ରହି ସଫଳତାର ସହ କାମ କରିଛନ୍ତି । ତାମିଲନାଡୁରେ ବିଭିନ୍ନ ବଡ଼ ପଦବୀରେ କାମ କରିବା ପରେ ଭାରତ ସରକାରଙ୍କ ଅଧୀନରେ ରାଜସ୍ୱ ସଚିବ, ଅର୍ଥନୈତିକ ବ୍ୟାପାର ସଚିବ ଭାବେ ମଧ୍ୟ ଦାୟିତ୍ୱ ତୁଳାଇଛନ୍ତି । କେନ୍ଦ୍ର ସ୍ୱତନ୍ତ୍ର ଅର୍ଥ ସଚିବ ଭାବେ ମଧ୍ୟ ଦାୟିତ୍ୱ ନିର୍ବାହ କରି ସେ ସୁନାମ ଅର୍ଜନ କରିଛନ୍ତି । କେବଳ ସେତିକି ନୁହେଁ, ସେ ପଞ୍ଚଦଶ ଅର୍ଥ କମିଶନର ସଦସ୍ୟ ମଧ୍ୟ ଥିଲେ । ୨୦୧୮ ମସିହାରୁ ୨୦୨୪ ପର୍ଯ୍ୟନ୍ତ ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଥିଲେ ଶଶିକାନ୍ତ । ତାଙ୍କ କାମ ପାଇଁ ସେ ବିଭିନ୍ନ ମହଲରୁ ପ୍ରଶଂସିତ ହୋଇଛନ୍ତି । ସେ ଆଇଏମଏଫ୍, ଜି୨୦, ବ୍ରିକ୍ସ, ସାର୍କ ଆଦି ବିଶ୍ୱର ବିଭିନ୍ନ ଅନ୍ତର୍ଜାତୀୟ ଫୋରମରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଛନ୍ତି ବୋଲି ସୂଚନା ରହିଛି ।

Also Read- ଶୋକରେ ବୁଡିଲା ଓଡ଼ିଶାର କଳାଜଗତ, ଦିଲ୍ଲୀରୁ ଆସିଲା ଦୁଃଖଦ ଖବର

Also Read- ICC Champions Trophy 2025: ବଡ଼ ଭୁଲ୍ କରିଦେଲା ପାକିସ୍ତାନ, ବାଜିଲା ଭାରତର ଜାତୀୟ ସଙ୍ଗୀତ