Odisha News: “ଶିକ୍ଷିତ ପଞ୍ଚାୟତ ବିକଶିତ ପଞ୍ଚାୟତ” ଅନ୍ତର୍ଗତ କାର୍ଯ୍ୟଶାଳା
Advertisement
Article Detail0/zeeodisha/odisha2655192

Odisha News: “ଶିକ୍ଷିତ ପଞ୍ଚାୟତ ବିକଶିତ ପଞ୍ଚାୟତ” ଅନ୍ତର୍ଗତ କାର୍ଯ୍ୟଶାଳା

ଭୁବନେଶ୍ୱର: ଆକାଂକ୍ଷା ବ୍ଲକ ଫିରିଙ୍ଗିଆର ରତଙ୍ଗ ଓ ବୁରୁଙ୍ଗିଯୋଡ଼ି ଗ୍ରାମପଞ୍ଚାୟତର ସଭାଗୃହ ଠାରେ ବ୍ଲକ ପ୍ରଶାସନ ଓ ବ୍ଲକ ଶିକ୍ଷା ବିଭାଗ ସହଯୋଗରେ ୧୪ଟି ଗ୍ରାମପଞ୍ଚାୟତର ୪୫ଟି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ ଓ ସଂଙ୍କୁଳ ସାଧନ ସେବିଙ୍କ ସହ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନକୁ ତ୍ୱରିତ ଭାବେ ଅଭିବୃଦ୍ଧି ଓ ପଞ୍ଚାୟତର ନେତୃତ୍ୱରେ ଛାତ

Odisha News: “ଶିକ୍ଷିତ ପଞ୍ଚାୟତ ବିକଶିତ ପଞ୍ଚାୟତ” ଅନ୍ତର୍ଗତ କାର୍ଯ୍ୟଶାଳା

Odisha News: ଭୁବନେଶ୍ୱର: ଆକାଂକ୍ଷା ବ୍ଲକ ଫିରିଙ୍ଗିଆର ରତଙ୍ଗ ଓ ବୁରୁଙ୍ଗିଯୋଡ଼ି ଗ୍ରାମପଞ୍ଚାୟତର ସଭାଗୃହ ଠାରେ ବ୍ଲକ ପ୍ରଶାସନ ଓ ବ୍ଲକ ଶିକ୍ଷା ବିଭାଗ ସହଯୋଗରେ ୧୪ଟି ଗ୍ରାମପଞ୍ଚାୟତର ୪୫ଟି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ ଓ ସଂଙ୍କୁଳ ସାଧନ ସେବିଙ୍କ ସହ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନକୁ ତ୍ୱରିତ ଭାବେ ଅଭିବୃଦ୍ଧି ଓ ପଞ୍ଚାୟତର ନେତୃତ୍ୱରେ ଛାତ୍ରଛାତ୍ରୀଙ୍କ ଶିକ୍ଷଣ ଫଳାଫଳ ବୃଦ୍ଧି କରିବା ନେଇ କାର୍ଯ୍ୟଶାଳା ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମକୁ ଉଭୟ ପଞ୍ଚାୟତର ସରପଞ୍ଚ ଉଦ୍ଘାଟନ କରିବା ସହ ଅଭିଭାଷଣରେ ପଞ୍ଚାୟତ ଓ ଜନପ୍ରତିନିଧିଙ୍କ ସହ ସମନ୍ୱୟ ଓ ସହଯୋଗକୁ ଧ୍ୟାନ ଦେବା ସହ ଶିକ୍ଷା କ୍ଷେତ୍ରରେ ଉଭୟ ମିଳିତ ପ୍ରଚେଷ୍ଟାରେ ବିକଶିତ ପଞ୍ଚାୟତ ଗଢିବାରେ ସହଯୋଗ ପାଇଁ ଉତ୍ସାହିତ କରିଥିଲେ।
 
ନୀତି ଆୟୋଗର ସହଯୋଗୀ ସଂସ୍ଥା ପିରାମଲ ଫାଉଣ୍ଡେସନ ଆକାଂକ୍ଷା ଭାରତ ସହଯୋଗୀ କାର୍ଯ୍ୟକ୍ରମର ଗାନ୍ଧୀ ଫେଲୋ ପାୟଲ ଓ ତନଭି ପ୍ରଶିକ୍ଷଣ ମାଧ୍ୟମରେ ୫୫ଜଣ ଅଂଶଗ୍ରହଣକାରୀଙ୍କୁ ପଞ୍ଚାୟତସ୍ତରୀୟ ସହଯୋଗୀ ଓ ସମନ୍ୱୟ ଦଳର ସହଯୋଗରେ ଛାତ୍ରଛାତ୍ରୀଙ୍କ ସାକ୍ଷରତା ଓ ସଂଖ୍ୟାଜ୍ଞାନକୁ ତ୍ୱରିତ ଭାବେ ଅଭିବୃଦ୍ଧି ଓ ପଞ୍ଚାୟତର ନେତୃତ୍ୱରେ ଛାତ୍ରଛାତ୍ରୀଙ୍କ ଶିକ୍ଷଣ ଫଳାଫଳ ବୃଦ୍ଧି କରିବା ନେଇ ବିସ୍ତୃତ୍ୱ ଭାବେ ଆଲୋଚନା କରିଥିଲେ | ଏହି କାର୍ଯ୍ୟକ୍ରମକୁ ପରିଚାଳନାରେ ପିରାମଲ ଫାଉଣ୍ଡେସନର ପ୍ରତିନିଧି ଅଶ୍ୱିନୀ ପାରତେତି,ଭବାନୀ, ବିଭୁତି ଏବଂ ବ୍ଲକ ଆକାଂକ୍ଷା ଫେଲୋ ନରବେତ୍ ଦିଗାଳ ସହଯୋଗ କରିଥିଲେ ।