March 2025 Grah Gochar Rashifal: ମାର୍ଚ୍ଚ ମାସରେ ସୂର୍ଯ୍ୟ ଏବଂ ଶନି ମୀନ ରାଶିରେ ଚଳନ କରିବେ ଏବଂ ଶୁକ୍ର ଏବଂ ବୁଧ ପଛକୁ ଗତି ଆରମ୍ଭ କରିବେ। ତେବେ ଆସନ୍ତୁ ଜାଣିବା ଏହି ପରିବର୍ତ୍ତନ କେଉଁ ରାଶିରେ ଶୁଭ ପ୍ରଭାବ ପକାଇବ ।
ସୂର୍ଯ୍ୟ ମାର୍ଚ୍ଚ ୧୪ ତାରିଖରେ ମୀନ ରାଶିରେ ଚଳନ କରିବେ ଏବଂ ଶନି ମାର୍ଚ୍ଚ ୨୯ ତାରିଖରେ ମୀନ ରାଶିରେ ପହଞ୍ଚିବେ। ଏହି ପରିସ୍ଥିତିରେ ଦୁଇ ଗ୍ରହ ମଧ୍ୟରେ ଏକ ସଂଯୋଗ ହେବ । ଏହି ପରିବର୍ତ୍ତନ ୫ଟି ରାଶି ପାଇଁ ଅତ୍ୟନ୍ତ ଶୁଭ ଏବଂ ଲାଭଦାୟକ ପ୍ରମାଣିତ ହେବ। ଆସନ୍ତୁ ଜାଣିବା ମାର୍ଚ୍ଚ ମାସରେ କେଉଁ ରାଶିର ଲୋକମାନେ ସକାରାତ୍ମକ ଫଳ ପାଇବେ।
ମେଷ ରାଶି
ଆପଣଙ୍କ ପ୍ରଭାବ ବୃଦ୍ଧି ପାଇବ। ନିଜ ଭିତରେ ଏକ ଭିନ୍ନ ଆତ୍ମବିଶ୍ୱାସ ଆପଣ ଦେଖିପାରିବେ । ସାହସର ସହ ନିଷ୍ପତ୍ତି ନେଇ ଲାଭ ପାଇବେ । ଆର୍ଥିକ ଅବସ୍ଥା ଭଲ ରହିବ। ଚାକିରି ପରିବର୍ତ୍ତନ ପାଇଁ ଇଚ୍ଛା ଥିଲେ ତାହା ସମ୍ଭବ ହୋଇପାରିବ । ପରିବାର ସଦସ୍ୟଙ୍କଠାରୁ ସମର୍ଥନ ମିଳିବ। ବିଦେଶ ଭ୍ରମଣର ସମ୍ଭାବନା ରହିଛି।
ମିଥୁନ ରାଶି
ଆପଣଙ୍କ ପାଇଁ ସମୟ ବହୁତ ଲାଭଦାୟକ ସାବ୍ୟସ୍ତ ହୋଇପାରେ । ସଫଳତା ପାଇବା ପାଇଁ ଅଧିକ ପ୍ରୟାସ କରିବାକୁ ପଡିପାରେ । ଆପଣଙ୍କ ପ୍ରୟାସ ସଫଳ ହେବ। ଆମଦାନୀ-ରପ୍ତାନି କାର୍ଯ୍ୟରେ ସଫଳତା ହାସଲ କରିବେ । ଚାକିରି କ୍ଷେତ୍ରରେ ଏବଂ ବ୍ୟବସାୟରେ ପରିସ୍ଥିତି ଅନୁକୂଳ ରହିବ। ବିଭିନ୍ନ କ୍ଷେତ୍ରରୁ ଲାଭ ପାଇବା ସହ ପ୍ରଗତି କରିବେ । ଧନସମ୍ପତ୍ତି ବଢିବାକୁ ଲାଗିବ । ପୈତୃକ ସମ୍ପତ୍ତିରୁ ଲାଭବାନ ହେବେ ।
କର୍କଟ ରାଶି
ଆପଣଙ୍କ ପାଇଁ ମାସଟି ପ୍ରଗତି ଆଣିଦେବ । କ୍ୟାରିୟର କ୍ଷେତ୍ରରେ ଅନେକ ସକାରାତ୍ମକ ପରିବର୍ତ୍ତନ ହୋଇପାରେ। ଚାକିରି କ୍ଷେତ୍ରରେ ସ୍ଥାନାନ୍ତର ହେବାର ସମ୍ଭାବନା ରହିଛି। କ୍ୟାରିୟରରେ ଭଲ ସୁଯୋଗ ମିଳିବ । ମାସର ଦ୍ୱିତୀୟାର୍ଦ୍ଧ ଆପଣଙ୍କ ପାଇଁ ବିଶେଷ ଅନୁକୂଳ ରହିବ। ରୋଜଗାର ପୂର୍ବ ଅପେକ୍ଷା ଦ୍ୱିଗୁଣିତ ହେବ। ବ୍ୟବସାୟୀମାନେ ଅନେକ ନୂଆ ସୁଯୋଗ ପାଇବେ।
କୁମ୍ଭ ରାଶି
ଆପଣଙ୍କ ପାଇଁ ମାସଟି ଲାଭଦାୟକ ପ୍ରମାଣିତ ହେବ। ଉଚ୍ଚ ମାନ୍ୟଗଣ୍ୟ ଲୋକଙ୍କ ସହିତ ସମ୍ପର୍କ ସ୍ଥାପନ କରିବାରେ ସଫଳ ହେବେ। ଆର୍ଥିକ ସ୍ଥିତିରେ ଉନ୍ନତି ହେବ। କଠିନ ପରିଶ୍ରମ ସାର୍ଥକ ହେବ । ଆୟ ମଧ୍ୟ ବୃଦ୍ଧି ପାଇବ।
ମୀନ ରାଶି
ଆପଣଙ୍କ ପାଇଁ ସମୟ ଅନୁକୁଳ । ଅବିବାହିତ ଲୋକଙ୍କ ପାଇଁ ବିବାହର ସମ୍ଭାବନା ରହିଛି। ଚାକିରି କ୍ଷେତ୍ରରେ ସମୟ ବିଶେଷ ଫଳପ୍ରଦ ହେବ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ଠାରୁ ପୂର୍ଣ୍ଣ ସମର୍ଥନ ପାଇବେ।
Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।
ट्रेन्डिंग फोटोज़