Advertisement
Photo Details/zeeodisha/odisha2657097
photoDetails0hindi

Weather Updates: ଆଉ ଦୁଇ ଦିନ ପବନ ସହିତ ବର୍ଷା, ୟେଲୋ ୱାର୍ଣ୍ଣିଂ ଜାରି

Weather Updates:ଭୁବନେଶ୍ଵର : ରବିବାର ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ ଓ କେନ୍ଦୁଝରରେ ବିଜୁଳି ଓ ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ। ଏହି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଏସବୁ ଜିଲ୍ଲାରେ ୫୦ରୁ ୬୦ କିମି ବେଗରେ ପବନ ବହିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସେହିପରି ରବିବାର ଓ ସୋମବାର ଦୁଇ ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। 

1/6

ରବିବାର ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ ଓ କେନ୍ଦୁଝରରେ ହାଲୁକା ବର୍ଷା ହୋଇପାରେ। ସେହିପରି ୨୪ ତାରିଖ ସୋମବାର‌ ପାଇଁ ମୟୂରଭଞ୍ଜ ଓ ବାଲେଶ୍ଵରରେ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। 

2/6

ଏହି ସମୟରେ ପବନର ବେଗ ୫୦ରୁ ୬୦ କିମି ହୋଇପାରେ । ଅନ୍ୟପକ୍ଷରେ ଗଜପତି ଓ ଗଞ୍ଜାମ ଜିଲ୍ଲାରେ ବର୍ଷା ଆଶଙ୍କା ଥିବାରୁ ୟେଲୋ ୱାଣ୍ଡିଂ ଜାରି କରାଯାଇଛି। 

3/6

ମଙ୍ଗଳବାରରୁ ବୁଧବାର ସକାଳ ପର୍ଯ୍ୟନ୍ତ ମୟୂରଭଞ୍ଜ ଓ ବାଲେଶ୍ବର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବା ଆଶଙ୍କା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୨୫ରୁ ୧ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବା ନେଇ ଭୁବନେଶ୍ଵର ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। 

4/6

ଉଲ୍ଲେଖଯୋଗ୍ୟ, ସମ୍ବଲପୁର, ବଲାଙ୍ଗୀର ଓ ଟିଟିଲାଗଡ଼ରେ ସର୍ବୋଚ୍ଚ ତାପମାତ୍ରା ୩୬ ଡିଗ୍ରି ଲେଖାଏଁ ରେକର୍ଡ କରାଯାଇଛି । ଏହା ସହିତ ୩୭ ସହରର ତାପମାତ୍ରା ୩୦ ଡିଗ୍ରି ଉପରେ ରହିଛି। ଦାରିଙ୍ଗିବାଡ଼ରେ ସର୍ବନିମ୍ନ ତାପମାତ୍ରା ୧୫.୫ ଡିଗ୍ରି ରେକର୍ଡ କରାଯାଇଛି।

5/6

ଶନିବାର ରାତିରେ କଟକରେ ୫.୨ ମିମି ବର୍ଷା ହୋଇଥିବା ବେଳେ ଆଜି ଦିନରେ ସର୍ବାଧିକ ୨୧ ମିମି ବର୍ଷା ଅନୁଗୁଳରେ ରେକର୍ଡ କରାଯାଇଛି। ଅନୁଗୁଳ ବ୍ୟତୀତ ଆଜି ସନ୍ଧ୍ୟା ସୁଦ୍ଧା ବାଲେଶ୍ଵରରେ ୫.୬, ନୟାଗଡ଼ରେ ୪, ଗୋପାଳପୁରରେ ୦.୩ ଓ ରାଉରକେଲାରେ ୦.୨ ମିମି ବର୍ଷା ରେକର୍ଡ କରାଯାଇଛି।

6/6

ଅନୁଗୁଳରେ ରାତି ତାପମାତ୍ରା ୧୩.୬ ଡିଗ୍ରୀ ସେଲସିୟସ୍ ରହି ଥିଲା। କୋରାପୁଟରେ ୧୭.୧ ଓ ଫୁଲବାଣୀରେ ୧୭.୫ ଡିଗ୍ରୀ ଥିଲା। ଆଜି ଟିଟିଲାଗଡ଼ ଓ ବଲାଙ୍ଗୀରରେ ଦିନ ତାପମାତ୍ରା ସର୍ବାଧିକ ୩୬ ଡିଗ୍ରୀ ଥିଲା। ସୋନପୁରରେ ୩୫.୮, ବୌଦ୍ଧ ଓ ଝାରସୁଗୁଡ଼ାରେ ୩୫.୫, ହୀରାକୁଦରେ ୩୫.୪ ଡିଗ୍ରୀ ରେକର୍ଡ ହୋଇଛି।