Delhi Metro Viral Video: ପ୍ରତିଦିନ ଲକ୍ଷ ଲକ୍ଷ ଯାତ୍ରୀ ଦିଲ୍ଲୀ ମେଟ୍ରୋରେ ଯାତ୍ରା କରନ୍ତି। ସାଧାରଣତଃ ଏହି ଭିଡ଼ ଶୃଙ୍ଖଳିତ ରହିଥାଏ। କିନ୍ତୁ ବର୍ତ୍ତମାନ ଭାଇରାଲ୍ ଭିଡିଓ ଏହି ପ୍ରତିଷ୍ଠାକୁ କଳଙ୍କିତ କରିଛି। ଦିଲ୍ଲୀ ମେଟ୍ରୋର ଏକ ଭିଡିଓ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି। ଯେଉଥିରେ କିଛି ଲୋକ ମେଟ୍ରୋ ଷ୍ଟେସନର ପ୍ରସ୍ଥାନ ଗେଟରୁ ଡେଇଁପଡୁଥିବାର ଦେଖାଯାଉଛି। କିଛି ଲୋକ ଭାଇରାଲ ଭିଡିଓକୁ ଦିଲ୍ଲୀ ମେଟ୍ରୋର ବିଶୃଙ୍ଖଳା କିମ୍ବା ଆଇନ ଶୃଙ୍ଖଳା ସହିତ ଯୋଡୁଛନ୍ତି। ଡିଏମଆରସି ଅଧିକାରୀଙ୍କ ଅନୁଯାୟୀ ଷ୍ଟେସନରେ ପ୍ରବଳ ଭିଡ଼ ଯୋଗୁଁ ପ୍ରସ୍ଥାନ ଗେଟ୍ ଉପରେ ଚାପ ବୃଦ୍ଧି ପାଇଥିଲା, ଯାହା ଫଳରେ ଏହା ଅସ୍ଥାୟୀ ଭାବରେ କାମ କରିବା ବନ୍ଦ କରିଦେଇଥିଲା। ଏହି ପରିସ୍ଥିତିରେ ଯାତ୍ରୀମାନଙ୍କୁ ନିକଟସ୍ଥ ପାର୍ଶ୍ୱ ଗେଟ ଦେଇ ବାହାରକୁ ଯିବାକୁ ଅନୁମତି ଦିଆଯାଇଥିଲା। ତଥାପି କିଛି ଯାତ୍ରୀ ଶୀଘ୍ର AFC ଗେଟ୍ ଦେଇ ଡେଇଁ ପଡ଼ିବାକୁ ଚେଷ୍ଟା କରିଥିଲେ।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.