ନୂଆଦିଲ୍ଲୀ: କୃଷକଙ୍କ ସହାୟତା ଲାଗି ମିଳୁଥିବା କିସାନ କ୍ରେଡିଟ କାର୍ଡ ପରି ଉଦ୍ୟୋଗୀଙ୍କୁ ମଧ୍ୟ କ୍ରେଡିଟ କାର୍ଡ ମିଳିବ। ନୂଆ ବ୍ୟବସାୟ ଆରମ୍ଭ କରିଥିବା କ୍ଷୁଦ୍ର ବ୍ୟବସାୟୀଙ୍କୁ ସେମାନଙ୍କ ପଞ୍ଜିକୃତ ଉଦ୍ୟୋଗ ନାଁରେ କ୍ରେଡିଟ କାର୍ଡ ପ୍ରଦାନ କରାଯିବ। ଏଥିରେ ସେମାନଙ୍କୁ ୫ ଲକ୍ଷ ଟଙ୍କା ଯାଏଁ କ୍ରେଡିଟ ଲିମିଟ ବା ଋଣ ସୀମା ପ୍ରଦାନ କରାଯିବ। ଆଜି
Trending Photos
Budget 2025: ନୂଆଦିଲ୍ଲୀ: କୃଷକଙ୍କ ସହାୟତା ଲାଗି ମିଳୁଥିବା କିସାନ କ୍ରେଡିଟ କାର୍ଡ ପରି ଉଦ୍ୟୋଗୀଙ୍କୁ ମଧ୍ୟ କ୍ରେଡିଟ କାର୍ଡ ମିଳିବ। ନୂଆ ବ୍ୟବସାୟ ଆରମ୍ଭ କରିଥିବା କ୍ଷୁଦ୍ର ବ୍ୟବସାୟୀଙ୍କୁ ସେମାନଙ୍କ ପଞ୍ଜିକୃତ ଉଦ୍ୟୋଗ ନାଁରେ କ୍ରେଡିଟ କାର୍ଡ ପ୍ରଦାନ କରାଯିବ। ଏଥିରେ ସେମାନଙ୍କୁ ୫ ଲକ୍ଷ ଟଙ୍କା ଯାଏଁ କ୍ରେଡିଟ ଲିମିଟ ବା ଋଣ ସୀମା ପ୍ରଦାନ କରାଯିବ। ଆଜି ଉପସ୍ଥାପନ କରାଯାଇଥିବା କେନ୍ଦ୍ର ବଜେଟରେ ଏହି ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏଥିରେ କୁହାଯାଇଛି ଉଦ୍ୟମ ପୋର୍ଟାଲରେ ପଞ୍ଜିକୃତ ହୋଇଥିବା କ୍ଷୁଦ୍ର ବ୍ୟବସାୟିକ ଋଣ ଉଦ୍ୟୋଗୀଙ୍କ ଲାଗି କ୍ରେଡିଟ କାର୍ଡ ପ୍ରଦାନ ବ୍ୟବସ୍ଥା ଆରମ୍ଭ ହେବ। ପ୍ରଥମ ବର୍ଷ ଏହିପରି ୧୦ ଲକ୍ଷ କ୍ରେଡିଟ କାର୍ଡ ପ୍ରଦାନ କରାଯିବ।
ଷ୍ଟାର୍ଟଅପକୁ ପ୍ରୋତ୍ସାହନ ଦେବା ଲାଗି ସରକାର ବିକଳ୍ପ ନିବେଶ ପାଣ୍ଠି (AIS)ରେ ବୃଦ୍ଧି କରିଛନ୍ତି। ଏଥିରେ ଏହି ପାଣ୍ଠିର ମୂଲ୍ୟକୁ ୯୧ ହଜାର କୋଟି କରିବାକୁ ବଜେଟରେ ଘୋଷଣା କରାଯାଇଛି।ଏଥିରେ ସରକାରୀ ଅବଦାନ ୧୦ ହଜାର କୋଟି ଟଙ୍କା ରହିବ।
ପ୍ରଥମ ଥର ପାଇଁ ଉଦ୍ୟୋଗ ଆରମ୍ଭ କରୁଥିବା ବ୍ୟବସାୟୀଙ୍କୁ ଋଣ ପ୍ରଦାନର ବ୍ୟବସ୍ଥା କରାଯାଇଛି। ମହିଳା, ଅନୁସୂଚିତ ଜାତି ଓ ଜନଜାତି ବର୍ଗର ପ୍ରଥମ ବ୍ୟବସାୟୀଙ୍କୁ ଏହି ଯୋଜନାରେ ୨ କୋଟି ଯାଏଁ ଋଣ ସହାୟତା ମିଳିବ। ଏଥିରେ ୫ ଲକ୍ଷ ହିତାଧିକାରୀ ଉପକୃତ ହେବେ ବୋଲି ବଜେଟରେ କୁହାଯାଇଛି। ସେମାନଙ୍କର ଦକ୍ଷତା ବିକାଶ ତଥା ପରିଚାଳନାଗତ ଜ୍ଞାନ ବୃଦ୍ଧି ଲାଗି ସରକାର ସହାୟକ ହେବେ।
ଜୋତା ଓ ଚମଡା କାରିଗରଙ୍କ ପାଇଁ ସରକାର ବଜେଟରେ ନୂଆ ଘୋଷଣା କରିଛନ୍ତି। ଏହି ଘୋଷଣା ଅନୁସାରେ ଚମଡା ଓ ଜୋତା ଉଦ୍ୟୋଗରେ ୨୨ ଲକ୍ଷ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଯେଉଁଥିରେ ୪ ଲକ୍ଷ କୋଟିରୁ ଅଧିକ ବ୍ୟବସାୟ ହେବ ବୋଲି ଆଶା ପ୍ରକାଶ କରାଯାଇଛି। ଖେଳନା କ୍ଷେତ୍ରରେ ଏକ ନୂଆ କାର୍ଯ୍ୟନିର୍ବାହୀ ଯୋଜନା ପ୍ରସ୍ତୁତ କରିବେ ସରକାର। ଏହି ଯୋଜନାରେ ମେଡ ଇନ ଇଣ୍ଡିଆ ବ୍ରାଣ୍ଡକୁ ପ୍ରୋତ୍ସାହନ କରି ଉଚ୍ଚ ଗୁଣବତ୍ତା ସମ୍ପନ୍ନ ଅନନ୍ୟ ଏବଂ ସୃଜନଶୀଳ କଣ୍ଢେଇ ନିର୍ମାଣ ହେବ। ଭାରତରେ ମେକ ଇନ ଇଣ୍ଡିଆ ଅଭିଯାନକୁ କ୍ଷୁଦ୍ର ମଧ୍ୟମ ଏବଂ ବୃହତ ଉଦ୍ୟୋଗ ପାଇଁ ଅଧିକ ଉନ୍ମୃକ୍ତ କରିବା ପାଇଁ କେନ୍ଦ୍ର ସରକାର ଧ୍ୟାନ ଦେବେ। ବିଶେଷ କରି ଜଳବାୟୁ ଉପଯୋଗୀ ସ୍ୱଚ୍ଛ ବୈଷୟିକ ନିର୍ମାଣ କ୍ଷେତ୍ରରେ ସରକାର ଘରୋଇ ଉତ୍ପାଦନରେ ଗୁଣାତ୍ମକ ମାନ ବୃଦ୍ଧିକୁ ଧ୍ୟାନ ଦେବେ। ଏଥିରେ ସୌର ଟିଭି ସେଲ, ଇଭି ବ୍ୟାଟେରି, ମୋଟର, କଣ୍ଟ୍ରୋଲର, ଇଲେକ୍ଟ୍ରୋଲାଇଜର, ଟର୍ବାଇନ ପ୍ରବୃତ୍ତି ଯନ୍ତ୍ରାଂଶ ନିର୍ମାଣକୁ ଗୁରୁତ୍ତ୍ୱ ଦିଆଯିବ।