Odisha Assembly: ପୂର୍ବରୁ ମଧ୍ୟ ଆଜି ସକାଳେ ସମାନ ପ୍ରସଙ୍ଗ ନେଇ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଦିନ ୪ଟା ଯାଏଁ ଗୃହକୁ ମୁଲତବି ରଖିଥିଲେ ବାଚସ୍ପତି।
Trending Photos
ଭୁବନେଶ୍ବର: ରାଜ୍ୟରେ କ୍ଷମତାକୁ ଆସିଥିବା ବିଜେପି ସରକାରର ପ୍ରଥମ ଅଧିବେଶନର ଆଜି ହେଉଛି ଦ୍ୱିତୀୟ ଦିନ। ଗୃହ ଆରମ୍ଭରୁ ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ଫଳରେ ପୂର୍ବାହ୍ନ ୧୧ଟା ୩୦ ଯାଏ ବାଚସ୍ପତି ସୁରମା ପାଢ଼ୀ ଗୃହ ମୁଲତବୀ ରଖିଲେ। ଯାହା ପରେ ପୁଣି ଅପରାହ୍ନରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା। ହେଲେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁ ଗୃହକାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି। ରାଜ୍ୟପାଳଙ୍କ ପୁଅ ମାମଲାକୁ ନେଇ ବିଜେଡି, କଂଗ୍ରେସ ହୋହଲ୍ଲା କରିଛନ୍ତି। ଏହି ସମୟରେ ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚଢ଼ି ବିଜେଡି ବିଧାୟକ ଧ୍ରୁବ ସାହୁ ମାଇକ୍ ଭାଙ୍ଗିଦେଇଥିବା ସୂଚନା ମିଳିଛି।
ଆଜି ଅପରାହ୍ନରେ ରାଜ୍ୟପାଳଙ୍କ ପୁଅ ପ୍ରସଙ୍ଗକୁ ନେଇ ବିଜେଡି ଓ କଂଗ୍ରେସର ବିଧାୟକମାନେ ପୁଣି ବିଧାନସଭାରେ ହୋହଲ୍ଲା କରିଥିଲେ। ଗୃହର ମଧ୍ୟଭାଗକୁ ଆସି ଅନେକ ବିଜେଡି ଓ କଂଗ୍ରେସ ବିଧାୟକ ହଲ୍ଲାବୋଲ କରିଥିଲେ। ଆଉ ଏହି ସମୟରେ ବିଜେଡି ବିଧାୟକ ଧ୍ରୁବ ସାହୁ ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚଢ଼ି ମାଇକ ଭାଙ୍ଗି ଦେଇଥିଲେ। ପୂର୍ବରୁ ମଧ୍ୟ ଆଜି ସକାଳେ ସମାନ ପ୍ରସଙ୍ଗ ନେଇ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଦିନ ୪ଟା ଯାଏଁ ଗୃହକୁ ମୁଲତବି ରଖିଥିଲେ ବାଚସ୍ପତି।