Gajkesari Rajyog 2025: ସୃଷ୍ଟି ହେଉଛି ଗଜକେଶରୀ ଯୋଗରୁ ଶୁଭ ରାଜଯୋଗ, ୫ ରାଶିର ଫିଟିବ ଭାଗ୍ୟ
Advertisement
Article Detail0/zeeodisha/odisha2656785

Gajkesari Rajyog 2025: ସୃଷ୍ଟି ହେଉଛି ଗଜକେଶରୀ ଯୋଗରୁ ଶୁଭ ରାଜଯୋଗ, ୫ ରାଶିର ଫିଟିବ ଭାଗ୍ୟ

Gajkesari Rajyog 2025: ଗଜକେଶରୀ ଯୋଗ ଏକ ଶୁଭ ରାଜଯୋଗ । ଯେତେବେଳେ ବୃହସ୍ପତି ଏକ କେନ୍ଦ୍ର ଗୃହରେ ଅବସ୍ଥିତ, ଅର୍ଥାତ୍ ପ୍ରଥମ, ଚତୁର୍ଥ, ସପ୍ତମ କିମ୍ବା ଦଶମ ଗୃହରେ ଅବସ୍ଥିତ ହୁଏ ଏବଂ ଚନ୍ଦ୍ରର ଶୁଭ ଦିଗ ସହିତ ମିଶିଥାଏ, ସେତେବେଳେ ଗଜକେଶରୀ ଯୋଗ ସୃଷ୍ଟି ହୁଏ । ଗଜକେଶରୀ ରାଜଯୋଗ ଗଠନ କିଛି ରାଶିର ଲୋକଙ୍କ ଜୀବନରେ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିବ ।

 

Gajkesari Rajyog 2025: ସୃଷ୍ଟି ହେଉଛି ଗଜକେଶରୀ ଯୋଗରୁ ଶୁଭ ରାଜଯୋଗ, ୫ ରାଶିର ଫିଟିବ ଭାଗ୍ୟ

Gajkesari Rajyog 2025: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟ ପରେ ନିଜର ଗତି ପରିବର୍ତ୍ତନ କରିଥାନ୍ତି । ଏହି ପରିବର୍ତ୍ତନ ସମସ୍ତ ୧୨ଟି ରାଶିକୁ ପ୍ରଭାବିତ କରିଥାଏ । କେତେକଙ୍କ ପାଇଁ ଏହା ଅତ୍ୟନ୍ତ ଶୁଭ ହୋଇଥିବା ବେଳେ ଅନ୍ୟମାନଙ୍କ ପାଇଁ ଏହା ଅଶୁଭ ହୋଇପାରେ। ଏହି ୯ଟି ଗ୍ରହ ମଧ୍ୟରୁ ଚନ୍ଦ୍ର ହେଉଛି ଏକମାତ୍ର ଗ୍ରହ ଯିଏ ଦ୍ରୁତ ବେଗରେ ଗତି କରିଥାନ୍ତି ଏବଂ ପ୍ରାୟ ଅଢ଼େଇ ଦିନ ପର୍ଯ୍ୟନ୍ତ ଗୋଟିଏ ରାଶିରେ ରହିଥାଆନ୍ତି । ଏହାପରେ ଏହା ଆଉ ଏକ ରାଶିରେ ପ୍ରବେଶ କରିଥାଏ।

ମାର୍ଚ୍ଚ ୫, ୨୦୨୫ ସକାଳ ୮ଟା ୧୨ ମିନିଟରେ ଚନ୍ଦ୍ର ବୃଷ ରାଶିରେ ପ୍ରବେଶ କରିବେ। ଏଠାରେ ଗୁରୁ ବୃହସ୍ପତି ପୂର୍ବରୁ ଉପସ୍ଥିତ ଅଛନ୍ତି। ଫଳରେ ଏହି ରାଶିରେ ଏକ ଶକ୍ତିଶାଳୀ ଗଜକେଶରୀ ରାଜଯୋଗ ସୃଷ୍ଟି ହେବ। ଗଜକେଶରୀ ଯୋଗ ଏକ ଶୁଭ ରାଜଯୋଗ । ଯେତେବେଳେ ବୃହସ୍ପତି ଏକ କେନ୍ଦ୍ର ଗୃହରେ ଅବସ୍ଥିତ, ଅର୍ଥାତ୍ ପ୍ରଥମ, ଚତୁର୍ଥ, ସପ୍ତମ କିମ୍ବା ଦଶମ ଗୃହରେ ଅବସ୍ଥିତ ହୁଏ ଏବଂ ଚନ୍ଦ୍ରର ଶୁଭ ଦିଗ ସହିତ ମିଶିଥାଏ, ସେତେବେଳେ ଗଜକେଶରୀ ଯୋଗ ସୃଷ୍ଟି ହୁଏ । ଗଜକେଶରୀ ରାଜଯୋଗ ଗଠନ କିଛି ରାଶିର ଲୋକଙ୍କ ଜୀବନରେ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିବ । ଆସନ୍ତୁ ଜାଣିବା ଏହି ଗଜକେଶରୀ ଯୋଗ ଦ୍ୱାରା କେଉଁ ଭାଗ୍ୟଶାଳୀ ରାଶିକୁ ବହୁତ ଫାଇଦା ମିଳିବ ।
 
ବୃଷ ରାଶି
ବୃଷ ରାଶିରେ ଅନୁକୂଳ ଯୋଗ ସୃଷ୍ଟି ହେବାକୁ ଯାଉଛି। ଫଳରେ ସେମାନଙ୍କ ର ଆର୍ଥିକ ସ୍ଥିତି ସୁଦୃଢ଼ ହେବା ସହ କ୍ୟାରିୟରରେ ଉନ୍ନତି ହେବ। ଏହା ସହିତ ପାରିବାରିକ ସୁଖ ସମୃଦ୍ଧି ବୃଦ୍ଧି ହେବା ସହିତ ମାନ ସମ୍ମାନ ଓ ଯଶ ବୃଦ୍ଧି ହେବ। ବ୍ୟବସାୟ ଓ ଚାକିରି କ୍ଷେତ୍ରରେ ନୂଆ ସୁଯୋଗ ପାଇପାରନ୍ତି।

କର୍କଟ ରାଶି
କର୍କଟ ରାଶିର ବ୍ୟକ୍ତିଙ୍କ ପାଇଁ ଏକାଦଶ ଗୃହରେ ଅନୁକୂଳ ଯୋଗ ସୃଷ୍ଟି ହେଉଛି, ଯାହା ଆର୍ଥିକ ଲାଭ ଆଣିବ। ଏହାବ୍ୟତୀତ ନିବେଶ ଓ ବ୍ୟବସାୟରୁ ଭଲ ଲାଭ ଆଶା କରାଯାଉଛି। ନୂଆ ଯୋଜନାରେ ସଫଳତା ଆଶା କରିପାରନ୍ତି। ବନ୍ଧୁ ଓ ପରିବାର ଲୋକଙ୍କ ଠାରୁ ସହଯୋଗ ପାଇବେ।

କନ୍ୟା ରାଶି
କନ୍ୟା ରାଶିର ବ୍ୟକ୍ତିଙ୍କ ପାଇଁ ନବମ ଗୃହରେ ଗଜକେଶରୀ ଯୋଗ ସୃଷ୍ଟି ହେବ। ଏହି ସମୟରେ ଆପଣଙ୍କୁ ଭାଗ୍ୟର ପୂର୍ଣ୍ଣ ସହଯୋଗ ମିଳିବ। ଏହାବ୍ୟତୀତ ଯାତ୍ରାରୁ ଲାଭ ପାଇବେ। କ୍ୟାରିୟରରେ ମଧ୍ୟ ସଫଳତା ଆଶା କରିପାରନ୍ତି। ଶିକ୍ଷା, ଆଧ୍ୟାତ୍ମିକତା ଓ ବିଦେଶ ଭ୍ରମଣ ପାଇଁ ଭଲ ସମ୍ଭାବନା ରହିଛି।

ମକର ରାଶି
ମକର ରାଶିର ପଞ୍ଚମ ଗୃହରେ ଏହି ଯୋଗ ସୃଷ୍ଟି ହେବ। ଏହା ଅତ୍ୟନ୍ତ ଶୁଭ ହେବ ବୋଲି ଆଶା କରାଯାଉଛି। ମକର ରାଶିର ବ୍ୟକ୍ତିମାନେ ଏହି ସମୟରେ ସନ୍ତାନଙ୍କ ଠାରୁ ଖୁସି ଅନୁଭବ କରିବେ। ଏହାବ୍ୟତୀତ ପ୍ରେମ ସମ୍ପର୍କ ଓ ଶିକ୍ଷାକ୍ଷେତ୍ରରେ ସଫଳତା ମିଳିବାର ସମ୍ଭାବନା ରହିଛି। ଏହାବ୍ୟତୀତ ଷ୍ଟକ ମାର୍କେଟ ଏବଂ ଜୁଆ ଖେଳରେ ସଂପୃକ୍ତ ଥିବା ବ୍ୟକ୍ତିମାନେ ଲାଭ ପାଇବାର ସମ୍ଭାବନା ରହିଛି।

ମୀନ ରାଶି
ମୀନ ରାଶିର ବ୍ୟକ୍ତିଙ୍କ ପାଇଁ ଏହି ଯୋଗ ବହୁତ ଭାଗ୍ୟଶାଳୀ ହେବ । ଏକାଦଶ ଗୃହରେ ଏହା ସୃଷ୍ଟି ହେଉଛି। ଫଳରେ ଚାକିରିରେ ପଦୋନ୍ନତି ମିଳିବା ସହ ବ୍ୟବସାୟରେ ଲାଭ ହେବ। ଏହା ସହିତ ରୋଜଗାରର ନୂଆ ଉତ୍ସ ମଧ୍ୟ ମିଳିବ । ସମାଜରେ ପ୍ରତିଷ୍ଠା ବୃଦ୍ଧି ପାଇବ ଓ ବନ୍ଧୁଙ୍କ ଠାରୁ ସହଯୋଗ ମିଳିବ।

ଜ୍ୟୋତିଷ ଶାସ୍ତ୍ରରେ ବୃହସ୍ପତିଙ୍କୁ ଜ୍ଞାନ, ଧନ ଓ ବିସ୍ତାରର ପ୍ରତୀକ ବୋଲି ବିବେଚନା କରାଯାଏ। ସେହିଭଳି ଚନ୍ଦ୍ରକୁ ମନ ଓ ଭାବନାର ପ୍ରତୀକ ଭାବେ ବିବେଚନା କରାଯାଏ। ତେଣୁ ବୃଷ ରାଶିରେ ସୃଷ୍ଟି ହେଉଥିବା ଏହି ଯୋଗ ଏହି ପାଞ୍ଚ ଟି ରାଶି ପାଇଁ ଶୁଭ ଫଳ ଆଣିବ । ଏହା ମାନସିକ ଶାନ୍ତି ଏବଂ ନିଷ୍ପତ୍ତି ନେବାର କ୍ଷମତା ମଧ୍ୟ ବୃଦ୍ଧି କରିବ ବୋଲି ଆଶା କରାଯାଉଛି।

(Disclaimer: ଏହି ଖବର କେବଳ ସୂଚନା ପ୍ରଦାନ ପାଇଁ। ଏହି ସୂଚନାକୁ ନେଇ ଜୀ ଓଡ଼ିଶା ନ୍ୟୁଜ ପୁଷ୍ଟି କରେନାହିଁ। ଯଦି କୌଣସି ଟିପ୍ସକୁ ଆପଣାଉଛନ୍ତି ତେବେ ଏହା ପୂର୍ବରୁ କୌଣସି ଜ୍ୟୋତିଷଙ୍କ ପରାମର୍ଶ ନିଅନ୍ତୁ।)