Trending Photos
Balabhadra Majhi:
ଆସନ୍ତାକାଲି କଂଗ୍ରେସରେ ଯୋଗଦେବେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଳଭଦ୍ର ମାଝି । ଏନେଇ ସେ ଏକ ପ୍ରେସ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛନ୍ତି । ଆସନ୍ତାକାଲି ଭବାନିପାଟଣା କଲେଜ ପଡ଼ିଆରେ ସକାଳ ୧୧ଟା ସମୟରେ ଏକ ମିଶ୍ରଣ ପର୍ବରେ ସେ କଂଗ୍ରେସରେ ଯୋଗଦେବେ । ତେଣୁ ସମସ୍ତ ସମର୍ଥକ ଏବଂ ଶୁଭେଚ୍ଛୁ ମାନଙ୍କୁ ଯୋଗ ଦେବାକୁ ସେ ଅନୁରୋଧ କରିଛନ୍ତି । ବଳଭଦ୍ର ମାଝି ପାଞ୍ଚ ପାଞ୍ଚ ଥର ବିଜୁ ଜନତା ଦଳରୁ ବିଧାୟକ ହୋଇଥିଲେ । କିନ୍ତୁ ଦଳରେ ତାଙ୍କୁ ଅବହେଳା କରାଯାଉଥିବା କାରଣରୁ ସେ ଦଳ ଛାଡ଼ିଥିବା ନେଇ କହିଥିଲେ । ଲାଞ୍ଜିଗଡ଼ରେ ଜଣେ ଟାଣୁଆ ନେତା ହୋଇଥିବା ବେଳେ ଜଣେ ଦକ୍ଷ ସଂଗଠକ ମଧ୍ୟ । ତେବେ ତାଙ୍କର ଏହି ଦଳ ପରିବର୍ତ୍ତନ ଉଭୟ କଂଗ୍ରେସ ଓ ବିଜେଡ଼ି ଉପରେ କଣ ପ୍ରଭାବ ପକାଇବ ତା ଉପରେ ନଜର ରହିବ ।
ସୂଚନାଯୋଗ୍ୟ ଯେ, ସେ ୧୯୯୦ରେ ଜନତା ଦଳ ଟିକେଟରେ ପ୍ରଥମଥର ପାଇଁ ନର୍ଲା ରୁ ବିଧାନସଭା ଯାଇଥିଲେ । ଏହାପରେ ୧୯୯୫ରେ ପୁନଃ ନର୍ଲା ଆସନରୁ ବିଜୟୀ ହୋଇଥିଲେ । ପରେ ୨୦୦୦,୨୦୦୪ ଓ ୨୦୧୪ରେ ଲାଞ୍ଜିଗଡ଼ ରୁ ବିଧାନସଭା କୁ ନିର୍ବାଚିତ ହୋଇଥିଲେ.