Viral Video
Video: ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ ପ୍ରେମିକ ବିକ୍ରମ ସାଜିଲେ ବର, ଦେଖନ୍ତୁ ଦୃଶ୍ୟ
Video: ବହୁ ବାଦ ବିବାଦ ପରେ ଶେଷରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ ପ୍ରେମିକ ବିକ୍ରମ । ଆଜି ସେ ଧୁମ ଧାମରେ ରୋଷଣୀରେ ଯାଇ ବିବାହ ମଣ୍ଡପରେ ପହଞ୍ଚିଥିଲେ । ପ୍ରଥମେ କାର୍ ଏବଂ ପରେ ଘୋଡା ପିଠିରେ ବିକ୍ରମଙ୍କୁ ଦେଖିବାକୁ ମିଳିଥିଲା । ଅନ୍ୟପଟେ ଆଜି ରାଣୀ ପଣ୍ଡା ବିକ୍ରମଙ୍କୁ ଶୁଦ୍ଧି ହୋଇଥିବାର ଆଉ ଏକ ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି ।
Feb 23,2025, 23:39 PM IST
Video: ଧାନ ଖଳାରେ ରୂପା କରୁଥିଲେ ଏହିକାମ, ଭିଡିଓ ବନେଇଦେଲେ ପିଣ୍ଟୁ
Viral Video: ବହୁ ଚର୍ଚ୍ଚିତ ୟୁଟୁବର ରୂପା ଏବଂ ପିଣ୍ଟୁଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ରୁପା ଧାନ ଖଳାରେ କାମ କରୁଥିବା ସମୟରେ ପିଣ୍ଟୁ ଏହାର ଭିଡିଓ ସୁଟ୍ କରିଛନ୍ତି । ରୂପାଙ୍କ ସହ ପରିବାରର ଅନ୍ୟ ସଦସ୍ୟ ମଧ୍ୟ କାମରେ ଜୋରଦାର ଲାଗିପଡିଥିବା ଭିଡିଓରେ ଦେଖିବାକୁ ମିଳିଛି ।
Feb 23,2025, 20:52 PM IST
Video: ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
Video: ପ୍ରୟାଗରାଜ ମହାକୁମ୍ଭରେ ପହଞ୍ଚି ବୁଡ଼ ପକାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗେରୁଆ ବସ୍ତ୍ର ପିନ୍ଧି ପବିତ୍ର ତ୍ରିବେଣୀ ସଙ୍ଗମରେ ପବିତ୍ର ସ୍ନାନ କରିବାର ଏହି ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ଆପଣଙ୍କୁ କହିରଖୁଛୁ ଯେ, ୩ ଦିନିଆ ଉତ୍ତର ପ୍ରଦେଶ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ । ବୁଡ଼ ପକାଇବା ପରେ ଅଯୋଧ୍ୟା ଯାଇ ପ୍ରଭୁ ଶ୍ରୀରାମଙ୍କ ଦର୍ଶନ କରିବେ ବୋଲି ସୂଚନା ମିଳିଛି ।
Feb 23,2025, 18:39 PM IST
Video: ମଣିଷ ପଶୁର ନିଆରା ବନ୍ଧୁତ୍ୱ, ଥରୁଟିଏ ଦେଖନ୍ତୁ ଏହି ଭିଡିଓ
Video: ସ୍ନେହ ପ୍ରେମର ବନ୍ଧନରେ ସଭିଙ୍କୁ ଆପଣାର କରିହୁଏ ଅତି ସହଜରେ । ଆଉ ଥରେ ଯିଏ ଆପଣାର ହେଇଯାଏ ସେ ଏତେ ସହଜେ ଅନ୍ୟଜଣଙ୍କୁ ଭୁଲିପାରେନି । ଯେତେ ଦୂରରେ ଥିଲେ ବି ମନ ଟାଣୁଥାଏ ପାଖକୁ ପାଖକୁ । ଏହି ଦୃଶ୍ୟଟି ସୋସିଆଲ ମିଡିଆରେ ଖୁବ ଭାଇରାଲ୍ ହେବାରେ ଲାଗିଛି । ଦୃଶ୍ୟରେ ଦେଖିବାକୁ ମିଳିଛି ଯେ, ମାଲିକକୁ ଦେଖି ବହୁ ଦୂରରୁ ଧାଇଁ ଧାଇଁ ପାଖକୁ ଆସିଛି ବାଛୁରି ।
Feb 23,2025, 16:52 PM IST
Video: ଯୁବକ ଯୁବତୀଙ୍କ ଅଜବ ହରକତ, ମେଟ୍ରୋ ଭିତରୁ ଭିଡିଓ ଭାଇରାଲ୍
Viral Video: ମେଟ୍ରୋ ସିଟିର ଏହି ନୂଆ ଭିଡିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଜଣେ ଯୁବକ ନିଜ ଆସିବା ଅଭିନୟ କରି ଯୁବତୀଙ୍କ ଉପରେ ଢୋଳେଇ ପଡୁଛନ୍ତି । କିନ୍ତୁ ଏହା ସତ ସତିକା ନୁହେଁ ବରଂ ରିଲ୍ସ ପାଇଁ ସୁଟ୍ କରାଯାଇଥିବା ଚର୍ଚ୍ଚା ହେଉଛି । ତେବେ ଭିଡିଓ ଦେଖି ଆପଣ ଅନୁମାନ କରିପାରୁଥିବେ ଏହା କେତେ ସତ ।
Feb 23,2025, 14:13 PM IST
Video: ନବ ଦମ୍ପତ୍ତିଙ୍କୁ ମିଳିଲା ନିଆରା ଗିଫ୍ଟ, ଭିଡିଓ ଭାଇରାଲ୍
Viral Video: ସୋସିଆଲ ମିଡିଆରେ ଏହି ଭିଡିଓଟି ଖୁବ ଭାଇରାଲ ହେବାରେ ଲାଗିଛି । ବିବାହ କାର୍ଯ୍ୟକ୍ରମ ଅବସରରେ ସାଙ୍ଗମାନେ ନବ ଦମ୍ପତ୍ତିଙ୍କୁ ଛାଞ୍ଚୁଣି, ବେଲଣା କାଠି, ବାଲଟି ଇତ୍ୟାଦି ଗିଫ୍ଟ ଦେଇଛନ୍ତି । ସୋସିଆଲ ମିଡିଆରେ ଅନେକ ୟୁଜର୍ସ ଏହା ଉପରେ ମତବ୍ୟକ୍ତ କରିଛନ୍ତି । କିଛି ଲୋକ ସ୍ମାଇଲ୍ ଥମନେଲ୍ ଦେଇଥିବା ଦେଖିବାକୁ ମିଳିଛି ।
Feb 22,2025, 23:13 PM IST
Video: କାନ୍ଦି କାନ୍ଦି ମନର କଥା କହିଲେ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି, ଶୁଣନ୍ତୁ
Video: ସିନେମା ଦେଖିବା ପରେ ଭାବବିହ୍ୟୁଳ ହେଲେ ଓଲିଉଡ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି । ସୋସିଆଲ ମିଡିଆରେ ସାମ୍ନାକୁ ଆସି ଫ୍ୟାନ୍ସଙ୍କ ଆଗରେ କହିଲେ ମନର କଥା । କଥା କହିବା ସମୟରେ ବୁଦ୍ଧାଦିତ୍ୟଙ୍କ ଆଖିରେ ଥିଲା ଲୁହ, ତେବେ ସେ କଣ କହୁଛନ୍ତି ଶୁଣନ୍ତୁ ଏହି ଭିଡିଓରେ...
Feb 22,2025, 21:39 PM IST
ଯାତ୍ରାରଙ୍ଗମହଲ ମଞ୍ଚରେ ଗୀତ ଗାଉଥିଲେ ଗାୟକ, ପହଞ୍ଚିଲେ ମା, ଆଉ ତାପରେ...
Viral Video: ଯାତ୍ରାରଙ୍ଗମହଲ ପକ୍ଷରୁ ଜଗତସିଂହପୁର ସିଙ୍ଗପୁର ପଲ୍ଲୀରେ ନାଟକ ପରିବେଷଣ କରାଯାଉଥିଲା । କିନ୍ତୁ ନାଟକ ଆରମ୍ଭ ପୂର୍ବରୁ ମଞ୍ଚରେ କଣ୍ଠଶିଳ୍ପୀ ଦେଖାଇଥିଲେ ଜଲୱା । ମଞ୍ଚତଳେ ଥିବା ମାଙ୍କୁ ମଞ୍ଚ ଉପରକୁ ଆଣିବା ସହ ସୁର ତାଳରେ ଗୀତ ଗାଇଥିଲେ କଣ୍ଠଶିଳ୍ପୀ । ଏହି ଦୃଶ୍ୟ ସେଠାରେ ବସିଥିବା ଦର୍ଶକଙ୍କୁ ଖୁବ ଭଲ ଲାଗିଥିଲା । ବର୍ତ୍ତମାନ ଭିଡିଓଟି ଖୁବ ମାତ୍ରାରେ ଭାଇରାଲ ହେବାରେ ଲାଗିଛି ।
Feb 22,2025, 17:39 PM IST
Video: ବେଳାଭୂମିରୁ ଭାଇରାଲ ହେଲା ଏହି ଭିଡିଓ
Video: ପ୍ରତିବର୍ଷ ହଜାର ହଜାର ଅଲିଭ୍ ରିଡଲେ କଇଁଛ ଓଡ଼ିଶାର କିଛି ନିର୍ଦ୍ଦିଷ୍ଟ ବେଳାଭୂମିକୁ ଅଣ୍ଡା ଦେବା ପାଇଁ ଆସିଥାନ୍ତି । ପ୍ରକୃତିର ଏହି ମନୋରମ ଦୃଶ୍ୟ ସତରେ ନିଆରା । ଏହି ଲୁପ୍ତପ୍ରାୟ ପ୍ରଜାତିଗୁଡ଼ିକୁ ସୁରକ୍ଷା ଦେବା ପାଇଁ ବନବିଭାଗ ପକ୍ଷରୁ ପ୍ରୟାସ ମଧ୍ୟ କରାଯାଉଛି ।
Feb 22,2025, 14:52 PM IST
KIIT Case
Video: କିଟ୍ ମାମଲାରେ ଦୁଃଖ ପ୍ରକାଶ କଲା ବୈଦେଶିକ ମନ୍ତ୍ରଣାଳୟ
Kiit Incident: କିଟ୍ ମାମଲାରେ ପ୍ରତିକ୍ରିୟା ରଖିଲା ବୈଦେଶିକ ମନ୍ତ୍ରଣାଳୟ। ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ ଆଜି ସାମ୍ବାଦିକ ସମ୍ମିଳନୀରେ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି।
Feb 21,2025, 19:52 PM IST
Video: ମାର୍କେଟ୍ ଘାଣ୍ଟିଲେ ଏହି ଆଇଟମ ଡ୍ୟାନ୍ସର, ତଡକେଦାର ଭିଡିଓ ଭାଇରାଲ୍
Viral: ବିନା କୌଣସି ଅଶ୍ଳିଳତାରେ ଯାତ୍ରା ମଞ୍ଚରେ ହୋଇଛି ତଡକେଦାର ଡ୍ୟାନ୍ସ । ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ଦର୍ଶକେ ଖୁବ ପସନ୍ଦ କରୁଛନ୍ତି । ଉଭୟ ନୃତ୍ୟଶିଳ୍ପୀଙ୍କ ଏହି ପୁଷ୍ପା ଷ୍ଟାଇଲ ଡ୍ୟାନ୍ସ ଖୁବ ଚମତ୍କାର ହୋଇଛି ବୋଲି ଦର୍ଶକେ କମେଣ୍ଟ ବକ୍ସରେ ମତ ଦେଇଛନ୍ତି ।
Feb 21,2025, 19:13 PM IST
Video: କିଏ ଭାଙ୍ଗିଲା ସ୍କୁଲ ପ୍ରେମିକଙ୍କ ହୃଦୟ ? ବନେଇଲେ ଏମିତି ରିଲ୍ସ
Video: ବର୍ତ୍ତମାନ ରିଲ୍ସ ପ୍ରେମରେ ପିଲାଠୁ ବୁଢା । ଗୀତ ସହ ଏହି କୁନି ପିଲାଟିର ଆକ୍ସନକୁ ଖୁବ ପସନ୍ଦ କରିଛନ୍ତି ସୋସିଆଲ ମିଡିଆ ବ୍ୟବହାରକାରୀ । ଏକ ଶୂନଶାନ ସ୍ଥାନରେ ପିଲାଟି ସୁପରଷ୍ଟାର ଅନୁଭବଙ୍କ ଗୀତରେ ରିଲ୍ସ ପ୍ରସ୍ତୁତ କରିଛି ଯାହା ଏବେ ଖୁବ ଭାଇରାଲ୍ ହେବାରେ ଲାଗିଛି ।
Feb 21,2025, 18:00 PM IST
Video: ନଦୀକୂଳରୁ ଭାଇରାଲ ହେଲା ଖୁସବୁଙ୍କ ଭିଡିଓ
Viral Video: ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ସେଲିବ୍ରେଟିଙ୍କ ପର୍ଯ୍ୟନ୍ତ ବର୍ତ୍ତମାନ ରିଲ୍ସ ନିଶା ପ୍ରାୟ ସମସ୍ତଙ୍କୁ ଘାରିଛି । ସୋସିଆଲ ମିଡିଆରେ ଲୋକପ୍ରିୟତା ହାସଲ କରିବାକୁ ଏବଂ ଫଲୋଅର୍ସ ସଂଖ୍ୟା ବଢାଇବାକୁ ସମସ୍ତଙ୍କର ଇଚ୍ଛା । ତେଣୁ ବିଭିନ୍ନ ସମୟରେ ରିଲ୍ସ ଅପଲୋଡ କରି ନିଜକୁ ଚର୍ଚ୍ଚାରେ ରଖିବାକୁ ସମସ୍ତଙ୍କର ଆଗ୍ରହ । ଅଭିନେତ୍ରୀ ଖୁସବୁ ମଧ୍ୟ ଏହି ଧାରାରେ ନିଜକୁ ସାମିଲ୍ କରିଛନ୍ତି ।
Feb 21,2025, 17:52 PM IST
Video: ଏମିତି ରୋଷଣୀ ଆପଣ କେବେ ଦେଖିନଥିବେ, ନାଚିକି ଧୂଳି ଉଡାଇଲେ ଟୋକା
Viral Video: ଏହି ଭିଡିଓଟି ସୋସିଆଲ ମିଡିଆରେ ଖୁବ ଭାଇରାଲ୍ ହେବାରେ ଲାଗିଛି । ଭିଡିଓରେ ଦେଖିବାକୁ ମିଳିଛି ଯେ, କିଛି ପିଲାମାନେ ସାଇକେଲ୍ ଏବଂ ଟ୍ରଲିରେ ପ୍ରଶେସନ କରୁଛନ୍ତି । କିଛି ଯୁବକ ନାଚି ନାଚି ଧୂଳି ମଧ୍ୟ ଉଡାଉଛନ୍ତି । ଅନ୍ୟକୁ ହସାଇବା ପାଇଁ ପିଲାମାନଙ୍କ ଏମିତି ପ୍ରୟାସକୁ ସାଧାରଣରେ ପ୍ରଶଂସା କରାଯାଇଛି ।
Feb 21,2025, 17:13 PM IST
Video: ମହାକୁମ୍ଭରେ ଏମିତି ହରକତ କଲେ ଓଡ଼ିଆ ଯୁବକ, ଭିଡିଓ ଭାଇରାଲ୍
Video: ମହାକୁମ୍ଭରୁ ଏହି ଓଡ଼ିଆ ଯୁବକଙ୍କ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଯୁବକ ଜଣକ ଗୋଟିଏ ପରେ ଗୋଟିଏ ବୁଡ ପକାଉଥିବା ସମୟରେ କେଉଁଟା ନିଜ ପାଇଁ ଏବଂ କେଉଁ ବୁଡଟା ନିଜ ପରିବାର ସଦସ୍ୟଙ୍କ ପାଇଁ ତାହା ଉଚ୍ଚାରଣ କରୁଛନ୍ତି । ଏହାକୁ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀମାନେ ହସିବାରେ ଲାଗିଛନ୍ତି ।
Feb 21,2025, 15:13 PM IST
ନେପାଳି ଛାତ୍ରୀ ମୃତ୍ୟୁ ଘଟଣା...ହସ ହସ ମୁହଁରେ କ୍ଷମା ମାଗିଲେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ..
Viral Video: କିଟ୍ ଘଟଣାକୁ ନେଇ ଶେଷରେ କ୍ଷମା ପ୍ରାର୍ଥନା କରିଛନ୍ତି ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ । ଏକ ଭିଡିଓ ଜାରି କରି ନିଜ ମନର କଥା କହିଛନ୍ତି । ଆପଣଙ୍କୁ କହିରଖୁଛୁ ଯେ, କିଟ୍ ରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ସରକାରଙ୍କ ହାଇଲେବୁଲ୍ କମିଟି ଆଗରେ ହାଜର ପାଇଁ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଶୁକ୍ରବାର ସଂଧ୍ୟା ସାଢ଼େ ୬ଟାରେ ଅଚ୍ୟୁତ ସାମନ୍ତଙ୍କୁ ହାଜର ହେବା ପାଇଁ ନିର୍ଦ୍ଦେଶ ରହିଛି । ସମସ୍ତ ଡକ୍ୟୁମେଣ୍ଟ ସହିତ ହାଜର ହେବାକୁ ନିର୍ଦ୍ଦେଶ ମିଳିଛି । ଅଚ୍ୟୁତଙ୍କୁ ହାଜର ହେବା ପାଇଁ ନିର୍ଦ୍ଦେଶ ଜାରି କରିଛି ଉଚ୍ଚ ଶିକ୍ଷା ବିଭାଗ ।
Feb 20,2025, 21:52 PM IST
Video: ଯାତ୍ରା ତମ୍ୱୁ ପଛରୁ ଭାଇରାଲ୍ ହେଲା କାବେରୀ ପାଢୀଙ୍କ ଭିଡିଓ
Video: ଜଲିଉଡ ଜଗତର ଚର୍ଚ୍ଚିତ ଅଭିନେତ୍ରୀ ହେଉଛନ୍ତି କାବେରୀ ପାଢୀ । ଅନେକ ଯାତ୍ରାରେ ସେ ନିଖୁଣତାର ସହ ଅଭିନୟ କରି ଦର୍ଶକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । ଅନେକ ସମୟରେ ସୋସିଆଲ ମିଡିଆରେ ରିଲ୍ସ ସେୟାର କରି ଚର୍ଚ୍ଚାରେ ଥାନ୍ତି କାବେରୀ । ନିକଟରେ ଯାତ୍ରା ମଞ୍ଚ ପଛପଟେ ଏହି ରିଲ୍ସଟି ସୁଟ୍ କରିଥିଲେ କାବେରୀ ।
Feb 20,2025, 21:39 PM IST
Video: ରାଜ୍ୟ ବାହାରୁ ଭାଇରାଲ୍ ହେଲା ଓଡ଼ିଆ ଅଭିନେତା ଦୀପକଙ୍କ ଭିଡିଓ
Video: ଓଲିଉଡ ଅଭିନେତା ଦୀପକ କୁମାର ଆଲବମ ମାଧ୍ୟମରେ ଦର୍ଶକଙ୍କ ହୃଦୟ ଜିଣିବା ପରେ ଅନେକ ସିନେମାରେ ମୁଖ୍ୟ ଭୂମିକାରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଛନ୍ତି । ନିକଟରେ ଦୀପକ ବରଫାଞ୍ଚଳ ଭ୍ରମଣରେ ଯାଇଥିବା ସମୟରେ ସୋସିଆଲ ମିଡିଆରେ ଏହି ଫଟୋ ସେୟାର କରିଛନ୍ତି । ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ।
Feb 20,2025, 21:26 PM IST
Bollywood news
Video: କାଲି ଏହି ସ୍ଥାନକୁ ଆସୁଛନ୍ତି ବଲିଉଡ ଗାୟିକା ନେହା କକ୍କର, ଦେଖନ୍ତୁ ଭିଡିଓ
Viral Video: ବଲିଉଡ କଣ୍ଠଶିଳ୍ପୀ ନେହା କକ୍କରଙ୍କ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଚାହୁଁଥିଲେ ଏହି ଭିଡିଓଟି ସମ୍ପୂର୍ଣ୍ଣ ଶୁଣନ୍ତୁ । କାରଣ ଗୁରଗ୍ରାମରେ BMP କାର୍ଯ୍ୟକ୍ରମରେ ଯୋଗ ଦେଇ ଲାଇଭ୍ ଗୀତ ଗାଇବେ ଆପଣଙ୍କ ପ୍ରିୟ ଗାୟିକା ନେହା । ଯଦି ଆପଣ ଗୁରଗ୍ରାମ କିମ୍ୱା ଏହାର ଆଖ ପାଖରେ ରହୁଛନ୍ତି ତେବେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇପାରିବେ ।
Feb 20,2025, 20:26 PM IST
Video: ବଲିଉଡରେ ପହଞ୍ଚିଲା ଛି ଛି ଛିରେ ନନୀ ଛି ଗୀତ, ରିଲ୍ସ କଲେ ଭାରତୀ
Video: ବଲିଉଡ ଅଭିନେତ୍ରୀ ଭାରତୀ ସିଂହଙ୍କ ଏହି ରିଲ୍ସଟି ଖୁବ ଭାଇରାଲ ହେବାରେ ଲାଗିଛି । ବର୍ତ୍ତମାନର ଟ୍ରେଣ୍ଡିଂ କୋରାପୁଟିଆ ଗୀତ 'ଛି ଛି ଛିରେ ନନୀ ଛି' ଗୀତରେ ଭାରତୀ ଏହି ରିଲ୍ସଟି କରିଛନ୍ତି । ଜଣେ ବଲିଉଡ ଅଭିନେତ୍ରୀ ଭାବେ ଭାରତୀଙ୍କ ଲୋକପ୍ରିୟତା ଖୁବ ଅଧିକ ରହିଛି । ହାସ୍ୟ ଅଭିନୟ ପାଇଁ ସେ ଘରେ ଘରେ ପରିଚିତ । ବଲିଉଡର ଅନ୍ୟ କଳାକାରମାନଙ୍କ ସହ ଭାରତୀଙ୍କର ସୁସମ୍ପର୍କ ମଧ୍ୟ ରହିଛି ।
Feb 20,2025, 19:39 PM IST
Video: ଜଙ୍ଗଲିଆ ସ୍ଥାନରେ କ'ଣ କରୁଛନ୍ତି ଅଭିନେତା ଶ୍ରୀତମ ? ଭିଡିଓ ଭାଇରାଲ୍
Viral Video: ଓଲିଉଡ ଅଭିନେତା ଶ୍ରୀତମ ଦାସଙ୍କର ଏହି ଭିଡିଓଟି ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଶ୍ରୀତମ ଏକ ଭିନ୍ନ ଲୁକରେ ନଜର ଆସିଛନ୍ତି ଏବଂ ଜଙ୍ଗଲ ମଧ୍ୟରେ ସିନେମା ସୁଟିଂ ଚାଲିଛି । ତେବେ ସିନେମା ସମ୍ପର୍କରେ ବେଶି କିଛି ତଥ୍ୟ ସେୟାର କରିନାହାନ୍ତି ଶ୍ରୀତମ
Feb 20,2025, 17:13 PM IST
Video: କାର୍ ଭିତରୁ ଏମିତି ଡ୍ରେସରେ ନଜର ଆସିଲେ ଚିକି, ଭିଡିଓ ଭାଇରାଲ୍
Viral Video: ଛୋଟ ପରଦାରେ ଅଭିନୟ କରି ଧାରାବାହିକ ଦର୍ଶକଙ୍କ ଆପଣାର ହୋଇପାରିଛନ୍ତି ଅଭିନେତ୍ରୀ ନେହା ନାଗେଶ୍ୱରୀ ମହାନ୍ତି । କେବଳ ସିରିଏଲ ନୁହେଁ, ଅନେକ ମ୍ୟୁଜିକ ଭିଡିଓରେ ମଧ୍ୟ କମାଲ ଡ୍ୟାନ୍ସ କରି ସଂଗୀତପ୍ରେମୀଙ୍କ ହୃଦୟ ଜିଣିପାରିଛନ୍ତି । ସୋସିଆଲ ମିଡିଆରେ ନିଜ ଫ୍ୟାନ୍ ମାନଙ୍କ ମନୋରଞ୍ଜନ ପାଇଁ ଅନେକ ସମୟରେ ବିଭିନ୍ନ ପ୍ରକାରର ରିଲ୍ସ ସୁଟ୍ କରି ସେୟାର କରିଥାନ୍ତି ଚିକି । ନିକଟରେ ଚିକି ଏହି ରିଲ୍ସଟି ସେୟାର କରିଥିବା ସମୟରେ ଏହା ଖୁବ ଭାଇରାଲ ହେବାରେ ଲାଗିଛି ।
Feb 20,2025, 16:13 PM IST
Video: ବେଡରୁମରୁ ଭାଇରାଲ୍ ହେଲା ମହାକୁମ୍ଭ ଗର୍ଲ ମୋନାଲିସାଙ୍କ ଭିଡିଓ
Viral Video: ମହାକୁମ୍ଭରେ ମାଳା ବିକ୍ରି କରୁଥିବା ମୋନାଲିସାଙ୍କ ଭାଗ୍ୟ ଫିଟିଯାଇଛି । ବର୍ତ୍ତମାନ ମୋନାଲିସା ନୂଆ ସିନେମା ସୁଟିଂରେ ବ୍ୟସ୍ତଥିବା ସମୟରେ ଘରଠାରୁ ବହୁ ଦୂରରେ ରହୁଛନ୍ତି । ମୋନାଲିସାଙ୍କ ସୁନ୍ଦରତା ଏବଂ ମିଠା କଥା କାରଣରୁ ତାଙ୍କୁ ଅନେକ ଲୋକ ପସନ୍ଦ କରୁଛନ୍ତି । ଅନେକ ଉପହାର ମଧ୍ୟ ମୋନାଲିସାଙ୍କୁ ମିଳିଛି । କିଏ ଚକଲେଟ୍ ଦେଉଛି ତ ଆଉ କିଏ କିଛି ଖାସ୍ ଜିନିଷ ।
Feb 20,2025, 14:26 PM IST
ପୁଣି ଅଶାନ୍ତ କିଟ୍ କ୍ୟାମ୍ପସ୍, ମୃତା ଛାତ୍ରୀଙ୍କ ରୁମ୍ ଭାଙ୍ଗି ଭିତରକୁ ପଶିଲେ
Kiit News: କିଟ୍ ରେ ଅଶାନ୍ତି ଥମିବାର ନାଁ ନେଉନି । ମୃତା ନେପାଳୀ ଛାତ୍ରୀ ରହୁଥିବା ରୁମ୍ ଭାଙ୍ଗିଛନ୍ତି କିଛି ମହିଳା । କବାଟ ଏବଂ କାଚ ଭାଙ୍ଗି ରୁମ୍ ଭିତରେ ତନ୍ନ ତନ୍ନ କରି ଯାଞ୍ଚ କରିଛନ୍ତି । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି । ଆପଣଙ୍କୁ କହିରଖୁଛୁ ଯେ, ଗତକାଲି ପରିବାର ସଦସ୍ୟଙ୍କ ଉପସ୍ଥିତିରେ ମୃତଦେହର ବ୍ୟବଚ୍ଛେଦ କରାଯାଇଥିଲା ।
Feb 19,2025, 9:00 AM IST
Video: ନାତୁଣୀ ବାହାଘରରେ କମାଲ କଲେ ଜେଜେମା, ଗୀତ ବାଜୁଥିଲା ଛି ଛି ଛିରେ ନନୀ ଛି
Video: 'ଛି ଛି ଛିରେ ନନୀ ଛି' ଗୀତଟି ବର୍ତ୍ତମାନ ମଧ୍ୟ ଟ୍ରେଣ୍ଡିଂରେ ରହିଛି । ବ୍ରତଘର ହେଉ କି ବାହାଘର ସବୁଠି ବାଜୁଛି ସେହି ଗୋଟିଏ ଗୀତ । ନିକଟରେ ସୋସିଆଲ ମିଡିଆରେ ଏହି ଭିଡିଓଟି ଖୁବ ଭାଇରାଲ୍ ହେବାରେ ଲାଗିଛି । ଜଣେ ବୃଦ୍ଧା ଏହି ଗୀତରେ କମାଲ୍ ଡ୍ୟାନ୍ସ କରିଛନ୍ତି । ମହିଳାଙ୍କ ନୃତ୍ୟ ସମସ୍ତଙ୍କୁ ପସନ୍ଦ ମଧ୍ୟ ଆସିଛି । କମେଣ୍ଟ ବକ୍ସରେ ସକରାତ୍ମକ ପ୍ରତିକ୍ରିୟା ଦେଖିବାକୁ ମିଳିଛି ।
Feb 19,2025, 1:00 AM IST
Video: ଭାଇରାଲ ଗର୍ଲ ଡେଭିଲ୍ କୁଇନ ଷ୍ଟୁଡିଓ ଭିତରେ, କରୁଛନ୍ତି କ'ଣ ଦେଖନ୍ତୁ
Viral Video: ସୋସିଆଲ ମିଡିଆର ଭାଇରାଲ ଗର୍ଲ ଡେଭିଲ୍ କୁଇନ୍ ଅର୍ପିତାଙ୍କ ନୂଆ ଭିଡିଓ ସାମ୍ନାକୁ ଆସିଛି । ଏଥର ରିଲ୍ସ କରିବାକୁ ଷ୍ଟୁଡିଓରେ ପହଞ୍ଚିଛନ୍ତି ଅର୍ପିତା । କଣ୍ଠଶିଳ୍ପୀଙ୍କ ପରି ଗୀତ ଗାଉଥିବା ରିଲ୍ସ ସୁଟ୍ କରି ସୋସିଆଲ ମିଡିଆରେ ସେୟାର କରିବା ପରେ ରିଲ୍ସଟି ଖୁବ ଭାଇରାଲ୍ ହେବାରେ ଲାଗିଛି । ଡେଭିଲଙ୍କ ନୂଆ ଅନ୍ଦାଜକୁ ଲୋକମାନେ ଖୁବ ପସନ୍ଦ କରିଛନ୍ତି ।
Feb 18,2025, 21:26 PM IST
Video: ରୂପାଙ୍କ ସହ ମୁନା, କୋଣାର୍କ ଗଣନାଟ୍ୟ ଟ୍ରକ ପାଖରୁ ଭିଡିଓ ଭାଇରାଲ୍
Video: ଯାତ୍ରା ଦୁନିଆର ଚର୍ଚ୍ଚିତ ଚେହେରା ମୁନା ଏବଂ ରୂପାଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି । ଯେଉଁଥିରେ ଏକ ସୁନ୍ଦର ଓଡ଼ିଆ ଗୀତରେ ଉଭୟେ ରିଲ୍ସ କରିଥିବା ଦେଖିବାକୁ ମିଳିଛି । ଆପଣଙ୍କୁ କହିରଖିବାକୁ ଚାହିଁବୁ ଯେ, କାମରୁ ଟିକିଏ ଫୁରସତ ମିଳିଲେ ଯାତ୍ରା କଳାକାରମାନେ ନିଜ ପାଇଁ ସମୟ ଦେଇଥାନ୍ତି । ଠିକ୍ ସେହିପରି ସୋସିଆଲ ମିଡିଆ ମାଧ୍ୟମରେ ମୁନା ଏବଂ ରୂପା ନିଜ ପ୍ରଶଂସକଙ୍କ ଭଲପାଇବା ସାଉଣ୍ଟିବା ପାଇଁ ଅନେକ ସମୟରେ ରିଲ୍ସ କରିଥାନ୍ତି ।
Feb 18,2025, 20:39 PM IST
Video: ନଥିଲେ ଦର୍ଶକ, ଯାତ୍ରା ମଞ୍ଚରେ ଚାଲିଥିଲା ଏମିତି କିଛି... ଭିଡିଓ ଭାଇରାଲ୍
Video: ନାଟ୍ୟ ସମ୍ରାଟ ପୃଥ୍ୱୀରାଜ ମଞ୍ଚରୁ ଏହି ଦୃଶ୍ୟଟି ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଦେଖିବାକୁ ମିଳିଛି କଳାକାର ମାନେ ନୃତ୍ୟ ଅଭ୍ୟାସ କରୁଛନ୍ତି ମଞ୍ଚ ଉପରେ । ଏଠାରେ କୌଣସି ନାଟକ ଚାଲିନଥିଲା କିମ୍ୱା ଦର୍ଶକ ନଥିଲେ ... କେବଳ ନୃତ୍ୟଗୁରୁ ଏବଂ ଯାତ୍ରା ଅନୁଷ୍ଠାନର କିଛି ହାତ ଗଣତି କଳାକାରମାନେ ଉପସ୍ଥିତ ଥିଲେ ।
Feb 18,2025, 19:26 PM IST
Ollywood News
Video: ଓଲିଉଡ ଗାୟିକା ନାଭ୍ୟାଙ୍କ ହାତରେ କିଏ ଲଗେଇଲା ମେହେନ୍ଦୀ ? ଭିଡିଓ ଭାଇରାଲ୍
Video: ଓଲିଉଡ କଣ୍ଠଶିଳ୍ପୀ ନାଭ୍ୟାଙ୍କ ବିବାହ ପୂର୍ବର ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ୍ ହେବାରେ ଲାଗିଛି । ନାଭ୍ୟାଙ୍କ ହାତରେ ଖୁବ ସୁନ୍ଦର ମେହେନ୍ଦୀ ଲଗାଇବା କାରଣରୁ କାଭ୍ୟା ମେହେନ୍ଦୀ ଆର୍ଟିଷ୍ଟକୁ ଧନ୍ୟବାଦ ଦେଇଛନ୍ତି ନାଭ୍ୟା । ଶୁଣନ୍ତୁ ସେ କଣ କହୁଛନ୍ତି...
Feb 18,2025, 18:39 PM IST
KIIT University
Kiit Video: ସାମ୍ନାକୁ ଆସିଲା କ୍ଷମା ପ୍ରାର୍ଥନାର ଆଉ ଏକ ଭିଡିଓ, ଶୁଣନ୍ତୁ କଣ କହିଲେ ଅଧିକାରୀ
Video: ଛାତ୍ର ପ୍ରତିବାଦ ପରିଚାଳନା କରିବା ସମୟରେ ନିଜ ମନ୍ତବ୍ୟ ପାଇଁ KIIT-DU ର ଛାତ୍ରାବାସ ଅଧିକାରୀ କ୍ଷମା ପ୍ରାର୍ଥନା କରିଛନ୍ତି । ସେ କହିଛନ୍ତି ଯେ, "ମୋର ଉଦ୍ଦେଶ୍ୟ କେବେବି କାହାକୁ ଅପମାନିତ କରିବା ନଥିଲା.. ଯଦି ମୋର କଥା କାହାକୁ ଅନିଚ୍ଛାକୃତ ଭାବରେ ଆଘାତ ଦେଇଥାଏ ତେବେ ମୁଁ ଗଭୀର ଭାବରେ ଦୁଃଖିତ"
Feb 18,2025, 16:39 PM IST
Manjusha Pandey
Video: Kiit ଘଟଣାରେ ନିଜ ଭୁଲକୁ ନିଜେ ସ୍ୱୀକାର କଲେ ମଞ୍ଜୁଷା ପାଣ୍ଡେ, ଶୁଣନ୍ତୁ କଣ କହିଲେ
Video: ନେପାଳୀ ଛାତ୍ରୀ ମୃତ୍ୟୁକୁ ନେଇ ଦେଖାଦେଇଥିବା ବିବାଦ ଘେରରେ ଛନ୍ଦି ହୋଇ ପଡିଥିଲା କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି ବା କିଟ। ଏହି ବିବାଦ କ୍ରମେ ଗତ ୧୬ ତାରିଖରେ ନେପାଳୀ ଛାତ୍ରୀଙ୍କୁ ସୁରକ୍ଷା କର୍ମୀ ଓ ହଷ୍ଟେଲ କର୍ମଚାରୀଙ୍କ ଦ୍ୱାରା ଧକ୍କା ଦେଇ କଟକ ରେଳ ଷ୍ଟେସନରେ ଛାଡି ଦେଇଥିଲେ। ଏହି ବିବାଦ ଘନେଇବାରୁ ଆଜି କିଟ ପକ୍ଷରୁ କ୍ଷମାପ୍ରାର୍ଥନା କରାଯାଇଛି।
Feb 18,2025, 15:13 PM IST
Video: ପୋଲିସ୍ ଡ୍ରେସରେ ଅଭିନେତା ବୁଦ୍ଧାଦିତ୍ୟ କରୁଥିଲେ ଏମିତି କାମ, ଭିଡିଓ ଭାଇରାଲ୍
Video: ଓଲିଉଡ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତିଙ୍କୁ ନେଇ ଅନେକ ସମୟରେ ସୋସିଆଲ ମିଡିଆରେ ଚର୍ଚ୍ଚା ହୋଇଥାଏ । ବୁଦ୍ଧାଦିତ୍ୟ ପଶୁ ପକ୍ଷୀମାନଙ୍କୁ ଖୁବ ଭଲ ପାଆନ୍ତି । ଅନେକ ସମୟରେ ବୁଲା ଜୀବଜନ୍ତୁଙ୍କୁ ଖାଦ୍ୟ ଖୁଆଇଥାନ୍ତି । ପୂର୍ବରୁ ଆମେ ଆପଣଙ୍କୁ ଏକ ଭିଡିଓ ଦେଖାଇଥିଲୁ ଯେଉଁଥିରେ ବୁଦ୍ଧାଦିତ୍ୟ କୁକୁରଙ୍କୁ ଖାଦ୍ୟ ଖୁଆଉଥିଲେ । ଆଜି ଏହି ଭିଡିଓରେ ବୁଦ୍ଧାଦିତ୍ୟ ସୁଟିଂ ସେଟ୍ ରେ ଏକ ବୁଲା ଗାଈକୁ ଖାଦ୍ୟ ଖୁଆଉଛନ୍ତି ।
Feb 18,2025, 14:26 PM IST
Video: ଉର୍ବଶୀ ରୌତେଲାଙ୍କୁ ଚ୍ୟାଲେଞ୍ଜ ଦେଲେ କି ଅଭିନେତ୍ରୀ ରିୟା ? ଦେଖନ୍ତୁ ଭିଡିଓ
Video: ଓଲିଉଡ ଅଭିନେତ୍ରୀ ରିୟା ଦେଙ୍କ ଏହି ନୂଆ ରିଲ୍ସ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ବଲିଉଡ ସୁନ୍ଦରୀ ଉର୍ବଶୀ ରୌତେଲାଙ୍କ ସୁପରହିଟ୍ ଗୀତ ଦାବିଡି ଦିବିଡି ଗୀତରେ ଠୁମକା ଲଗାଇଛନ୍ତି ଓଲିଉଡ ସୁନ୍ଦରୀ ରିୟା । ପ୍ରଶଂସକମାନେ ଏହି ରିଲ୍ସ କମେଣ୍ଟ ବକ୍ସରେ ରିୟାଙ୍କୁ ଖୁବ ପ୍ରଶଂସା କରିଥିବେ ଦେଖିବାକୁ ମିଳିଛି ।
Feb 16,2025, 21:13 PM IST
Video: ଯାତ୍ରା ଅଭିନେତା ବାପି ପଣ୍ଡା ହେଲେ ଭାବବିହ୍ୟୁଳ, ଦେଖନ୍ତୁ ଭିଡିଓ
Viral Video: ଯାତ୍ରା ଜଗତରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇଛନ୍ତି ଅଭିନେତା ବାପି ପଣ୍ଡା । ଅନେକ ନାଟକକୁ ତାଙ୍କ ଅଭିନୟ ହିଟ୍ କରିଥିବା ପ୍ରଶଂସକମାନେ ଚର୍ଚ୍ଚା କରନ୍ତି । ଯାତ୍ରା ମଞ୍ଚରେ ତାଙ୍କ ନିଖୁଣ ଅଭିନୟ ମଞ୍ଚ ତଳେ ଦର୍ଶକଙ୍କ ଓଠରେ କେବେ ହସ ଫୁଟାଇଥାଏ ପୁଣି କେବେ ଆଖିରୁ ଲୁହ ଗଡାଇଥାଏ । ନିକଟରେ ଖଣ୍ଡଗିରି ଯାତ୍ରା ମଞ୍ଚରେ ବାପି ଅଭିନୟ କରୁଥିବା ସମୟର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।
Feb 16,2025, 20:00 PM IST
Video: ଯାତ୍ରା ମଞ୍ଚରେ ଅଭିନେତ୍ରୀ ଏଲିନାଙ୍କୁ ଦେଖି ଏମିତି ହରକତ କଲେ ନାବାଳକ
Video: ସୋସିଆଲ ମିଡିଆରେ ଏହି ଭିଡିଓଟି ଖୁବ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଦେଖିବାକୁ ମିଳିଛି ଅଭିନେତ୍ରୀ ଏଲିନା ସାମନ୍ତରାୟ ଯାତ୍ରା ମଞ୍ଚରେ ନୃତ୍ୟ ପରିବେଷଣ କରୁଛନ୍ତି । ଏଲିନାଙ୍କ ତାଳରେ ତାଳ ମିଶାଇ ମଞ୍ଚ ତଳେ ନୃତ୍ୟ ପରିବେଷଣ କରୁଛନ୍ତି ଜଣେ ନାବାଳକ । ଏଲିନା ମଧ୍ୟ ପିଲାଟିର ନୃତ୍ୟ ଦେଖି ଖୁବ ଖୁସି ପ୍ରକାଶ କରିଥିଲେ ଯାତ୍ରା ମଞ୍ଚରେ...
Feb 16,2025, 19:13 PM IST
Video: ରାମାରେ ରାମାରେ ଗୀତରେ ଠୁମକା ଲଗାଇଲେ ରାଣୀ ପଣ୍ଡା, ଭିଡିଓ ଭାଇରାଲ୍
Viral Video: ଯାତ୍ରା ଜଗତର ଚର୍ଚ୍ଚିତ ଅଭିନେତ୍ରୀ ରାଣୀ ପଣ୍ଡାଙ୍କ ଏହି ଭିଡିଓଟି ସୋସିଆଲ ମିଡିଆରେ ଖୁବ ଭାଇରାଲ୍ ହେବାରେ ଲାଗିଛି । ତେବେ ଏଥର ଯାତ୍ରା ମଞ୍ଚରେ ଅଭିନୟ ନୁହେଁ ବରଂ 'ରାମାରେ ରାମାରେ ରାମାରେ ଏକି ହେଲା ଏକି ହେଲାରେ' ଗୀତରେ ଠୁମକା ଲଗାଇଛନ୍ତି ରାଣୀ । ଦର୍ଶକମାନେ ରାଣୀଙ୍କ ନୃତ୍ୟ ପରିବେଷଣ ଦେଖି ଅତ୍ୟନ୍ତ ଖୁସି ପ୍ରକାଶ କରିଥିଲେ ।
Feb 16,2025, 18:13 PM IST
Video: ଉନ୍ମୋଚନ ପୂର୍ବରୁ ମତେ ବହି ପଢିବାକୁ ଦିଆଯାଇନଥିଲା- ଅନୁଭବ ମହାନ୍ତି
Video: ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ଜୀବନୀ ଉପରେ ଆଧାରିତ ବହି ଉନ୍ମୋଚନ ହୋଇଯାଇଛି । ଏହି ଅବସରରେ ଅନୁଭବଙ୍କ ସହ ବହିର ଲେଖିକା ଜାଗ୍ରତି ଶୁକ୍ଳା ମଧ୍ୟ ଉପସ୍ଥିତ ଥିଲେ । ଅନୁଭବ କହିଥିଲେ ଯେ, ବହି ରିଲିଜ୍ ପୂର୍ବରୁ ସେଥିରେ କଣ ଲେଖାଯାଇଛି ମୁଁ ଜାଣିନଥିଲି । ମୁଁ ଜଣେ ସାଧାରଣ ପାଠକ ହିସାବରେ ପଢିବି ଯେ, ତା ଭିତରେ କଣ ଲେଖାଯାଇଛି ।
Feb 16,2025, 14:39 PM IST
Video: ବର୍ଷାଙ୍କ ପାଇଁ ଠାକୁରଙ୍କୁ ଡାକିଲେ ଅନୁଭବ, ମୁଁ ସାଂସଦ ଥିଲି ସେ ମନ୍ତ୍ରୀ ହୁଅନ୍ତୁ...
Video: ଗଣମାଧ୍ୟମ ଆଗରେ ପୁଣି ମନର କଥା କହିଛନ୍ତି ଅନୁଭବ । ଜାଗ୍ରତି ଶୁକ୍ଳାଙ୍କ ବହି ଉନ୍ମୋଚନ ଅବସରରେ ଅନେକ କଥା ମଧ୍ୟରେ ଅନୁଭବ ବର୍ଷାଙ୍କ ନାଁ ନନେଇ କହିଛନ୍ତି ଯେ, ଯଦି ସେ କାହା ସହ ସମ୍ପର୍କରେ ଅଛନ୍ତି ଏବଂ ଘର ସଂସାର କରିବାକୁ ଚାହୁଁଛନ୍ତି ତେବେ କରନ୍ତୁ । କେବଳ ସେତିକି ନୁହେଁ ରାଜନୀତିରେ ମଧ୍ୟ ଖୁବ ଆଗକୁ ବଢନ୍ତୁ ମୁଁ ସାଂସଦ ଥିଲି ସେ ମନ୍ତ୍ରୀ ହୁଅନ୍ତୁ ।
Feb 16,2025, 0:52 AM IST
Video: ସସ୍ମିତାଙ୍କ କଣ୍ଠରୁ ଏହି ଗୀତ ଭାଇରାଲ୍, ମିଳିଲାଣି ୪ ହଜାରରୁ ଅଧିକ କମେଣ୍ଟ୍
Viral Video: ସୋସିଆଲ ମିଡିଆ ମାଧ୍ୟମରେ ଲୋକପ୍ରିୟତା ହାସଲ କରିବାରେ ସଫଳ ହୋଇଛନ୍ତି ଓଡ଼ିଆ ଝିଅ ସସ୍ମିତା ସାହୁ । ନିଜ ସ୍ୱରରେ ଅନେକ ଗୁଡିଏ ଗୀତ ଗାଇ ସୋସିଆଲ ମିଡିଆରେ ସସ୍ମିତା ପୋଷ୍ଟ କରନ୍ତି ଯାହା ଖୁବ ଭାଇରାଲ ହୋଇଥାଏ । ନିକଟରେ ଏହି ଗୀତଟି ଚର୍ଚ୍ଚାରେ ରହିଛି । ୪ ହଜାରରୁ ଅଧିକ କମେଣ୍ଟ ସହ ହଜାର ହଜାର ଲୋକ ଲାଇକ୍ କରିଛନ୍ତି ଏହି ଭିଡିଓଟିକୁ ।
Feb 15,2025, 22:52 PM IST
Video: ଓଲିଉଡ ଅଭିନେତ୍ରୀ ଅର୍ଚ୍ଚିତାଙ୍କ ନୂଆ ଡ୍ୟାନ୍ସ ଷ୍ଟେପ୍, ଭିଡିଓ ଭାଇରାଲ୍
Viral Video: ଓଲିଉଡ ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କୁ ନେଇ ବିଭିନ୍ନ ସମୟରେ ଚର୍ଚ୍ଚା ଆଲୋଚନା ସାମ୍ନାକୁ ଆସିଥାଏ । ଓଡ଼ିଆ ସିନେଜଗତରେ ଅର୍ଚ୍ଚିତାଙ୍କ ନାମ ସବୁବେଳେ ଆଗରେ ରହିଛି । ପ୍ରାୟ ସମସ୍ତ ସୁପରଷ୍ଟାରମାନଙ୍କ ସହ ଅର୍ଚ୍ଚିତା ଖାପ ଖୁଆଇ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିଣିପାରନ୍ତି । ପ୍ରତିଟି ଚରିତ୍ରକୁ ଅତି ନିଖୁଣତାର ସହ ଅଭିନୟ କରି ଅର୍ଚ୍ଚିତା ଦର୍ଶକଙ୍କ ହୃଦୟରେ ରାଜ କରୁଛନ୍ତି । ନିକଟରେ ଅର୍ଚ୍ଚିତା ସୋସିଆଲ ମିଡିଆରେ ଏହି ଭିଡିଓଟି ପୋଷ୍ଟ କରିଛନ୍ତି । ଭିଡିଓରେ ଅର୍ଚ୍ଚିତାଙ୍କ ଏହି ଡ୍ୟାନ୍ସ ଷ୍ଟେପକୁ ପ୍ରଶଂସକମାନେ ଖୁବ ପସନ୍ଦ କରିଛନ୍ତି ।
Feb 15,2025, 22:26 PM IST
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.